ରାଜଯୋଗିନୀ ବ୍ରହ୍ମାକୁମାରୀ ଡ.କମଲେଶ ଦିଦିଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ l

3

ଖୋରଧା ରୁ( ସେକ ଜାଫର) ମଙ୍ଗଳା ନଗର ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ସଂସ୍ଥାର ଈଶ୍ଵରୀୟ ଜ୍ଞାନକୁ ୧୯୭୩ ମସିହାରେ ଉତ୍କଳ ଧରଣୀ ରେ ପ୍ରଥମ କରି ପ୍ରଦାନ କରିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ଡ. କମଲେଶ ଦିଦିଜୀ ଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସେ ଦିବ୍ୟ ଆତ୍ମା ତା-୨୨.୧୧. ୨୦୨୫ରିଖ ପୂର୍ବାହ୍ନ ୧୦ ଘଟିକା ୪୦ ମିନିଟ୍ ସମୟରେ ୮୬ ବର୍ଷ ବୟସରେ କଟକ ଝାଞ୍ଜିରୀମଙ୍ଗଳା ସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ର ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ ରହି ନିଜର ପାର୍ଥିବ ଶରୀର ଛାଡ଼ି ପର ଲୋକ ଗମନ କଲେ ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ଦିଦିଜୀ ଙ୍କର ମହିମା ର ଗୁଣଗାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଷଷ୍ଠ ରିଜର୍ଭ ବାଟାଲିୟନ ର କମଣ୍ଡାଣ୍ଟ ବସନ୍ତ କୁମାର ନାୟକ ଦିଦିଜୀ ଙ୍କୁ ଉତ୍କଳ ର ଆଧ୍ୟାତ୍ମିକ ଜନନୀ ବୋଲି ସମ୍ବୋଧନ କରିଥିଲେ। ଅଧ୍ୟାପକ ଗୋପାଳ କୃଷ୍ଣ ଦାସ ଦିଦିଜୀ ଙ୍କର ସ୍ନେହ ଓ ମମତା ବର୍ଣ୍ଣନା କରିଥିଲେ । ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ଅମିୟ ଜେନାମଣି ଦିଦିଜୀ ଙ୍କର ତ୍ୟାଗ, ତପସ୍ୟା ଓ ସେବା ବିଷୟ ରେ କହିଥିଲେ । ଏହି ସେବାକେନ୍ଦ୍ର ର ସଂଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀ ଦିଦିଜୀ ଙ୍କର ଅଙ୍ଗ ସଂଗ ର ପାଳନା ଶୁଣାଇଥିଲେ। ବ୍ରହ୍ମାକୁମାରୀ ରଶ୍ମି ଭଉଣୀ ଓ ବ୍ରହ୍ମାକୁମାରୀ କଳ୍ପନା ଭଉଣୀ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ,ତିଳକ,ଉତ୍ତରୀୟ ଓ ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ । ଦିଦିଜୀ ଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆରକ୍ଷୀ ଅଧିକ୍ଷକ ନିଜ ହସ୍ତ ରେ ଅସହାୟ ବ୍ୟକ୍ତି ଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହିତ ବୃକ୍ଷରୋପଣ କରିଥିଲେ। ବ୍ରହ୍ମାକୁମାର ଜୟକୃଷ୍ଣ ଭାଇ ଖୋର୍ଦ୍ଧା ସହରରେ ଦିଦିଜୀ ଙ୍କର ୪୧ ବର୍ଷ ର ଆଧ୍ୟାତ୍ମିକ ସେବାର ବିବରଣୀ ପାଠ କରିଥିଲେ ଏଵଂ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚାସିନ ଅତିଥି ମାନଙ୍କ ସହିତ ବିଭିନ୍ନ ଗ୍ରାମ ରେ ଥିବା ବ୍ରହ୍ମାକୁମାରୀ ପାଠଶାଳାରୁ ପ୍ରାୟ ୩୦୦ ଭାଇ ଭଉଣୀ ଏହି ସଭା ରେ ଯୋଗଦାନ କରି ଦିଦିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.