ବେଲଗୁଣ୍ଠା-(ଶିବରାମ ଚୌଧୁରୀ )–ଦାଦନ ଖଟି ଘର ଚଳାଉଥିବା ଗଞ୍ଜାମ ଜିଲ୍ଲାର ଦାଦନ ଶ୍ରମିକଙ୍କ ମୃତ୍ୟୁ ଯେମିତି ପିଛା ଛାଡୁନି! ଦାଦନ କଷଣ ସାଙ୍ଗକୁ ଅକାଳ ମୃତ୍ୟୁ ପରିବାର ବର୍ଗଙ୍କୁ ଚିନ୍ତାଗ୍ରସ୍ତ କରିଚାଲିଛି । ଆଜି ପୁଣି ଏକ ଦାଦନ ମୃତ୍ୟୁ ବେଲଗୁଣ୍ଠା ବ୍ଳକ୍ ରେ ଶୋକର ଛାୟା ଖେଳାଇ ଦେଇଛି ।ମୃତକ ଜଣକ ହେଲେ ଏହି ବ୍ଳକ୍ ତରଙ୍ଗ ଗ୍ରାମର ଭାସ୍କର ମହାନ୍ତିଙ୍କ ତୃତୀୟ ପୁତ୍ର ମନୋଜ କୁମାର ମହାନ୍ତି (୪୦) ।ସେ ଗତ ୧୫ ବର୍ଷ ହେବ ତାମିଲନାଡୁର ସାଲେମ୍ ଜିଲ୍ଲାର ଚିତୁର୍-ଏଡାପୋଡି ତାଲୁକାରେ ଥିବା ମିନିୟାଁ ପାୱାର ଲୁମ୍ସରେ ରାଜମିସ୍ତ୍ରୀ ଭାବେ କାମକରି ପରିବାର ପ୍ରତିପୋଷଣ କରୁଥିଲେ ।ନିଜ ପରିବାରକୁ ନେଇ ସେଠାରେ ରହୁଥିଲେ ।ଗତ ୨୦ ଦିନ ତଳେ ଗ୍ରାମକୁ ଆସି ପରିବାରକୁ ଛାଡି ୨୪ ତାରିଖ ଦିନ କର୍ମକ୍ଷେତ୍ର ତାଲିମନାଡୁ ଫେରି ଯାଇଥିଲେ ।ଗତ ୪ ଦିନ ତଳେ ତାଙ୍କୁ ଜ୍ବର ହୋଇଥିଲା ଏବଂ ସେ ସେଠାରେ ଥିବା ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ମୃତ୍ୟୁ ଖବର ପାଇ ତାଙ୍କ ପରିବାର ବର୍ଗ ସମ୍ପୁର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କର ଛୋଟ ପୁଅ ଟିଏ ଅଛି । ତାଙ୍କ ସାନ ଭାଇ ଶବ ଆଣିବା ପାଇଁ ତାମିଲନାଡୁ ଯାଇଥିବା ଜଣାପଡିଛି ।ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post