କେନ୍ଦୁଝର,ତା୧୧/୧୨(ଦିଲ୍ଲୀପ ସାହୁ )- ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସଖୀ ୱାନ ଷ୍ଟପ ସେଣ୍ଟର ପକ୍ଷରୁ ବାଂଶପାଳ ବ୍ଲକ ଅନ୍ତର୍ଗତ ତରମାକାନ୍ତ ଗ୍ରାମରେ ଲିଙ୍ଗଗତ ବୈଷମ୍ୟତା ଓ ହିଂସା ଦୂରୀକରଣ ଲାଗି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଶ୍ରେଣୀ ଲୋକ ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ଜନ ମଙ୍ଗଳ କାର୍ଯ୍ୟକ୍ରମରୁ ମିଳୁଥିବା ଯୋଜନା ଓ ସୁବିଧା ସମ୍ପର୍କରେ ଜଣେଇବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମହିଳା ମାନଙ୍କୁ ସଖୀ ସେଣ୍ଟରରୁ ମିଳୁଥିବା ସୁବିଧା ସମ୍ପର୍କରେ ବିଶେଷ ଅବଗତ କରାଯାଇଥିଲା। ସେମାନଙ୍କୁ ସମସ୍ତ ଦରକାରୀ ଶକ୍ତି ସଦନ, ସେଲଟର ହୋମ, ଚାଇଲଡ କେୟାର, ଫାମିଲି କାଉନସେଲିଂ ସେଣ୍ଟର ଓ ଲୋକାଲ କମ୍ପ୍ଲେନ କମିଟି ଆଦିର ହେଲ୍ପ ଲାଇନ ନମ୍ବର ଦିଆ ଯାଇ ଦରକାର ବେଳେ ଉପଯୋଗ କରିବାକୁ ସଚେତନ କରାଯାଇଥିଲା। ସଖୀ ସେଣ୍ଟର ପକ୍ଷରୁ ସ୍ୱାସ୍ଥ୍ୟ ସହାୟିକା ମମତା ମହାନ୍ତ ଓ ଜେଣ୍ଡର ସ୍ପେସିଆଲିଷ୍ଟ ନେହା ମାଝୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସ୍ଥାନୀୟ ସ୍କୁଲ ହେଡ଼ ମାଷ୍ଟର ରଣଜିତ ସାହୁ ଏହି କାର୍ଯ୍ୟକ୍ରମ ହେବାରେ ବିଶେଷ ସହଯୋଗ ଦେଇଥିଲେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବୁଝାଇ ଥିଲେ ଏବଂ ସ୍କୁଲ ପିଲାମାନେ ଏଥିରେ ବହୁସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.