କଟକ ସିଟି / ନିରଞ୍ଜନ ଆଚାର୍ଯ୍ୟ: କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫”ର ମହିଳା ସିଙ୍ଗଲସ, ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷ ଡବଲସ ଏବଂଡ ମିକ୍ସଡ଼ ଡବଲସ ସମସ୍ତ ବିଭାଗର ୭୬ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି l
ଦ୍ଵିତୀୟ ଦିନର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଖେଳାଳୀମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ। ଏହି ଅବସରରେ କଟକ ସଦର ମାନ୍ୟବର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, କ୍ରୀଡ଼ା ବିଭାଗ ନିର୍ଦେଶକ ଡ଼. ବିଜୟ ୟେଦୁଲ୍ଲା, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମ କମିଶନର କିରଣ ଦୀପ କୌର ସୌହଟା, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଶ୍ରୀତମ ଦାସ, ଟୁର୍ଣ୍ଣାମେଣ୍ଟ ଡ଼ାଇରେକ୍ଟର ଶ୍ରୀ ବେଣୁଗୋପାଳ ମହାଲିଙ୍ଗମ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ l
ଦ୍ଵିତୀୟ ଦିନରେ ଖେଳାଯାଇଥିବା ମହିଳା ସିଙ୍ଗଲ ପୁରୁଷ ସିଙ୍ଗଲ ବିଭାଗରେ ଭାରତୀୟ ଖେଳାଳୀ ମାନେ ଉତ୍ତମ ପ୍ରଦର୍ଶନ ସହ ପ୍ରି କ୍ୱାର୍ଟର ପର୍ଯ୍ୟାୟରେ ପହଂଚିଛନ୍ତି। ମହିଳା ବିଭାଗର ରାଉଣ୍ଡ ୩୨ ରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା, ଯୁନାଇଟେଡ଼ ଆରବ ଏମିରେଟ୍ସର ପ୍ରକ୍ରିତି ଭାରତଙ୍କୁ 21-12,21-18 ରେ ପରାଜିତ କରି ପ୍ରି କ୍ଵାଟରରେ ପହଂଚିଛନ୍ତି। ମହିଳା ପ୍ରି କ୍ୱାର୍ଟରରେ ପହଞ୍ଚି ଥିବା ଅନ୍ୟ ଖେଳାଳୀମାନେ ହେଲେ ତୃତୀୟ ସିଡ଼ ତନଭି ଶର୍ମା, ଷଷ୍ଠ ସିଡ଼ ଅନମୋଲ ଖର୍ବ ଏବଂ ଅଣ ସିଡେଡ଼ ତାନ୍ୟା ହେମନ୍ଥ।
ପୁରୁଷ ବିଭାଗ ସିଙ୍ଗଲରେ ମଧ୍ୟ ଟପ ସିଡ଼ ଥରୁନ ମାନେପଲ୍ଲୀ ନିଜ ପ୍ରତିଦ୍ବନ୍ଦୀ ମାନବ ଚୌଧୁରୀଙ୍କୁ 21-5,21-8 ରେ ହରାଇ ପ୍ରି କ୍ୱାର୍ଟରରେ ପହଂଚିଛନ୍ତି। ପ୍ରି କ୍ୱାର୍ଟର ପର୍ଯାୟରେ ପହଂଚି ସାରିଥିବା ଅନ୍ୟ ଖେଳାଳୀମାନେ ହେଲେ ଗତ ସିଜନର ସିଙ୍ଗଲ ଚାମ୍ପିୟନ ସତୀଶ କୁମାର, ଦ୍ଵିତୀୟ ସିଡ଼ କିରଣ ଜର୍ଜ ଏବଂ ପ୍ରିୟାଂଶୁ ରାଜୱତ। ମିକ୍ସଡ଼ ଡବଲସ ବିଭାଗରେ ଅନୁଷ୍ଠିତ ରାଉଣ୍ଡ ୩୨ ମ୍ୟାଚରେ ଟପସିଡ଼ ଇଣ୍ଡୋନେସିଆର ଏମ. ଫାଜା ଓ ଏ. ପ୍ରଣତାଙ୍କ ଯୋଡି ମାଲେସିଆ ଯୋଡି ୱେଇ ୟୀ ହେର୍ନ ଓ ଭାନୀ ଗୋବି ଯୋଡିଙ୍କୁ 21-18,21-11 ର ଦୁଇଟି ଗେମ୍ରେ ପରାଜିତ କରି କ୍ୱାର୍ଟର ଫାଇନାଲରେ ପହଂଚିଛନ୍ତି l କ୍ୱାର୍ଟର ଫାଇନାଲ ପହଂଚି ଥିବା ଅନ୍ୟ ଯୋଡିମାନେ ହେଲେ ଇଣ୍ଡୋନେସିଆ ଯୋଡି ବି. ପ୍ରସେତ୍ୱ ଏବଂ ଏ. ମୁଂଗରଣ, ଭାରତୀୟ ଯୋଡି ଆର୍ଯ୍ୟନ ସପିଆ ଏବଂ ଅଶ୍ୱିନୀ ପୋନ୍ନାପ୍ପା ଓ ଡି. ଭେଲ ମୁରୁଗାନ ଏବଂ ପି. ନଟରାଜନଙ୍କ ଯୋଡି।
ବିଶ୍ୱ ବ୍ୟାଡ଼ମିଣ୍ଟନ ମହାସଂଘ, ଭାରତୀୟ ବ୍ୟାଡ଼ମିଣ୍ଟନ ସଙ୍ଘ ଓଡିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଙ୍ଘର ମିଳିତ ସହଯୋଗରେ ଚାଲିଥିବା ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ସମାପନ ଆଗାମୀ ୧୪ ତାରିଖରେ ଅନୁଷ୍ଠିତ ହେବ ବୋଲି ପ୍ରତିଯୋଗିତା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି l
Sign in
Sign in
Recover your password.
A password will be e-mailed to you.