ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ଆସନ୍ତା ୧୨ ଡିସେମ୍ବର ୨୦୨୫ ଶୁକ୍ରବାର ମଧ୍ୟାହ୍ନ ୧୨.୩୦ମିନିଟ୍ ସମୟରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଦାବିହିନ ଜମାରାଶି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହେବ।
ଉକ୍ତ ଶିବିରରେ ଦାବିହିନ ଖାତା ସମ୍ବନ୍ଧୀୟ ସବିଶେଷ ସୂଚନା ପ୍ରଦାନ କରାଯିବ। ଜିଲ୍ଲାର ସମସ୍ତ ଜନସାଧାରଣ ନିଜ ପୁଞ୍ଜି ଉପରେ ପୂର୍ଣ୍ଣ ଅଧିକାର ସାବ୍ୟସ୍ତକୁ ସଫଲ କରିବା ପାଇଁ ଗଜପତି ଜିଲ୍ଲାର ସମସ୍ତ ବ୍ୟାଙ୍କ ଏବଂ ଜୀବନ ବୀମା ସଂସ୍ଥା ମିଶି ଏହି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସୂଚନା, ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀଯୁକ୍ତ ମହେଶ୍ୱର ମଣ୍ଡଳ ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post