ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କର୍ଲାପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ “ଟିଏଲଏମ କର୍ମଶାଳା ” ଅଦ୍ୟ ତା -୦୯/୧୨/୨୦୨୫ ଓ ତା- ୧୦/୧୨/୨୦୨୫ ଦୁଇଦିନ ଧରି ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ କ୍ଷେତ୍ରୀମୋହନ ରାଉତଙ୍କ ସଭାପତିତ୍ବରେ ,ଆବାହକ CRCC ପ୍ରଦ୍ୟୁମ୍ନ କୁମାର ହୋତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଗଣନାଥପୁର CRCC ବିଶ୍ୱଜିତ୍ ରାୟ,ତେନ୍ତୁଳିଖୁଣ୍ଟି CRCC ସୂର୍ଯ୍ୟ ନାରାୟଣ ମହାନ୍ତି, ସର୍ଗିଗୁଡ଼ା CRCC ଜାକିର ମହମ୍ମଦ , ମଝିପଡ଼ା CRCC ପ୍ରଫୁଲ୍ଲ ଠାକୁର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି TLM WORKSHOP ର ଗୁରୁତ୍ଵକୁ ବୁଝାଇଥିଲେ ଏବଂ କାର୍ଯକ୍ରମର ଉଚ୍ଚ ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମରେ ସୁଜାତା ବାରିକ,ଲୋମିସ ତ୍ରିପାଠୀ,ଉମା ବାରିକ,ସତ୍ୟବତୀ ମାଝୀ, କାଲନ୍ଦ୍ରି ସ୍ୱାଇଁ,ସସ୍ମିତା ଦାସ,ଆଦିତ୍ୟରଞ୍ଜନ ପରିଡ଼ା, ସଂଯୁକ୍ତା ଦାସ,ବିକାଶ ଗଡତ୍ୟା,ରଶ୍ମିତା ପତି, ପୁଷ୍ପା ଶୁଭଦର୍ଶୀନି ପଧାନ,କସ୍ତୁରୀ ଚଲାନ,ନିରୁପମା ଦୁର୍ଗା,ତୃଷ୍ଣା ଦାସ,ସୁଶାନ୍ତ ତାଣ୍ଡି ଆଦି ଶିକ୍ଷକ ଶିକ୍ଷୟତ୍ରୀ ମାନେ ବରିଷ୍ଠ ପ୍ରଧାନଶିକ୍ଷକ ଶୁକ୍ରୁ ଜାନି ଓ ସୁଜାତା ଯୋଶୀଙ୍କ ମାର୍ଗଦର୍ଶନରେ ନିଜସ୍ଵ କଳା ପ୍ରଦର୍ଶନ କରିଥିଲେ । କାର୍ଯକ୍ରମକୁ ଶିକ୍ଷକ ମୃତ୍ୟୁଞ୍ଜୟ ପ୍ରଧାନ ବିଶେଷ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.