ଆନ୍ତଃ ରାଜ୍ୟ ସାଇବର ଠକ ଗିରଫ

7

ବଡବିଲ (ଶାସକ ପ୍ରଶାସକ) : ସାଇବର ଠକଙ୍କ ବିରୋଧରେ ଚାଲିଥିବା ସ୍ଵତନ୍ତ୍ର କାର୍ଯ୍ୟାନୁଷ୍ଠାନରେ ପୁଲିସକୁ ଏକ ବଡ ସଫଳତା ମିଳିଛି । ବଡବିଲର ବିଶାଲ ସାଓ ସାଓ ନାମକ ଯୁବକକୁ ଗିରଫ କରିଛି ବଡ଼ବିଲ ପୋଲିସ। ଏ ସମ୍ପର୍କରେ ବଡବିଲ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ଥାନା ଅଧୂକାରୀ ଅଶୋକ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୁଲିସ ଏସଆଇ ବରଦା ପ୍ରସନ୍ନ ସାହୁଙ୍କ ନେତୃତ୍ବରେ ଅଭିଯୁକ୍ତର ବଡ଼ବିଲରେ ଥିବା ଏକାଧିକ ବ୍ୟାଙ୍କ ଏକାଉଣ୍ଟ ଗୁଡିକ ଯାଞ୍ଚ କରାଯାଇଥିଲା। ଏହି କ୍ରମରେ ଗିରଫ ଅଭିଯୁକ୍ତର ବିଭିନ୍ନ ବ୍ୟାଙ୍କରେ ଥ‌ିବା ଏକାଉଣ୍ଟ ଜରିଆରେ ହୋଇଥିବା ନେଣଦେଣ ପରିମାଣକୁ ନେଇ ପୁଲିସର ସନ୍ଦେହ ଘନୀଭୂତ ହେଇଥିଲା। ଅଧୂକ ଅନୁସନ୍ଧାନରୁ ଜଣାପଡ଼ିଥ୍‌ଲା ସେ କୌଣସି ବ୍ୟବସାୟ
କିମ୍ବା ଚାକିରି କରୁ ନଥିଲା ବେଳେ ଅନ୍‌ଲାଇନ ବ୍ୟବସାୟ କରେ। ଅଧୂକାଂଶ ସମୟରେ ସେ ବାହାରେ ରହୁଥିଲା। ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ହୋଇଥୁବା ଆର୍ଥିକ କାରବାରକୁ ନେଇ ପୁଲିସର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା, ତନାଘନା ଏବଂ ପଚରାଉଚରା ପରେ ‘ହାଇପ’ ନାମକ ଏକ ଚାଇନିଜ୍ ଆପ୍ ଜରିଆରେ ଋଣ ପ୍ରଦାନ ଏବଂ ମ୍ୟୁଲ ଏକାଉଣ୍ଟ୍ ମାଧ୍ୟମରେ ପ୍ରାୟ ୯ଟି ବ୍ୟାଙ୍କ୍ ଖାତା ମାଧ୍ୟମରେ ସେ ଏହି ସବୁ
ଜାଲିଆତି କରିଥିବାର ଜଣାଯାଇଛି। ଆହୁରି ମଧ୍ଯ ଜଣାଯାଇଛି ଅଭିଯୁକ୍ତ ଦିଲ୍ଲୀ ଯାଇ କୌଣସି ଜଣେ ଚୀନ୍ ନାଗରିକଙ୍କୁ ଭେଟିଥିଲେ ଏବଂ ତାଙ୍କ ଠାରୁ ଚାଇନିଜ୍ ଆପ ଆଣିଥିଲେ। ଅନୁସନ୍ଧାନ ପରେ ବଡବିଲ ୪ ନମ୍ବର ୱାର୍ଡ ଶ୍ରୀରାମ ନଗର ବାସିନ୍ଦା ବିଶାଲ ସାଓକୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ୍, ପେନ୍‌ ଡ୍ରାଇଭ୍, ବ୍ୟାଙ୍କ୍ ପାସ ବୁକ୍ ଆଦି ଜବତ କରାଯାଇଛି।

Leave A Reply

Your email address will not be published.