ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଧାନମଣ୍ଡି ଉଦଘାଟନ କଲେ ଜିଲ୍ଲପାଳ ଡ଼ ନୃପରାଜ ସାହୁ।

3

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଆଜି ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମପଞ୍ଚାୟତର ସିଲାଟି ପ୍ରାଥମିକ ସେବା ସମବାୟ ସମିତିଠାରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡିର ଶୁଭ ଉଦଘାଟନ ଓ ୨୦୨୫ ବର୍ଷର ଖରିଫ ଋତୁ ଧାନକ୍ରୟ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା | ଏହି ଧାନ ମଣ୍ଡି ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ନିରୋଦ କୁମାର ଦାସ,ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ସୁବର୍ଣ୍ଣପୁର , ସିଲାଟି ପ୍ରାଥମିକ ସେବା ସମିତିର ସଭାପତି, ଶ୍ରୀ ବାବଳୁ ବିଶି ଓ ସମ୍ପାଦକ, ଶ୍ରୀ ବଳରାମ ପଢନ, ଉପ ନିବନ୍ଧକ, ସମବାୟ ସେବା ସମିତି, ସୁବର୍ଣ୍ଣପୁର
ସହକାରୀ ନିବନ୍ଧକ, ସେବା ସମବାୟ ସମିତି, ସୁବର୍ଣ୍ଣପୁର, ଉଭୟ ବେସାମାରିକ ଯୋଗାଣ ବିଭାଗ ଓ ସମବାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ସମେତ ସିଲାଟି ଗ୍ରାମପଞ୍ଚାୟତ ଓ ବିନିକା ପଞ୍ଚାୟତ ସମିତି ଅଞ୍ଚଳର ଚାଷୀମାନେ ଉପସ୍ଥିତ ଥିଲେ | ପ୍ରଥମେ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ୱାରା ମଣ୍ଡି ପ୍ରାଗଣରେ ପୂଜାର୍ଚ୍ଚନା ପରେ ଉଦଘାଟନ କରାଯାଇଥିଲା | ଏହି ଅବସରରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଚାଷୀମାନଙ୍କୁ ମଣ୍ଡିରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା ସଙ୍ଗେ ସଙ୍ଗେ ସୁବିଧାରେ ଚାଷୀମାନଙ୍କ ଠାରୁ ଯେପରି ସହଜରେ ଓ ସୁବିଧାରେ ଧାନ ବିକ୍ରୟ କରାଯାଇପାରିବ ସେଥି ପାଇଁ ଉଭୟ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ |

Leave A Reply

Your email address will not be published.