ବେଲଗୁଣ୍ଠା-:, ୦୯/୧୨,ସୋରଡ଼ା ବ୍ଳକ୍ ଅନ୍ତର୍ଗତ ସିଦ୍ଧପୁର ସ୍ଥିତ ବାରାହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଵିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସଭାପତି ପ୍ରଶାନ୍ତ ମୁନି ,ପୂର୍ବତନ ସଭାପତି ରାଧାକାନ୍ତ ପଣ୍ଡା,ବିଦ୍ୟାଳୟ କମିଟି ସଦସ୍ୟ ଟୁକୁନା ଜେନା,ସମାଜ ସେବୀ ବିଶ୍ୱନାଥ ସୁଆର,ମହନ୍ତ ଶ୍ରୀ ବ୍ରଜସୁନ୍ଦର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ I ଉପସ୍ଥିତ ଅତିଥି ମାନେ କ୍ରୀଡ଼ା ଛାତ୍ରଛାତ୍ରୀଙ୍କୁ ଶାରୀରୀକ ଏବଂ ମାନସିକ ଭାବେ ସୁସ୍ଥ ରଖିବା ସହିତ ଶୃଙ୍ଖଳିତ କରିଥାଏ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ,ଦ୍ବିତିକୃଷ୍ଣ ବେହେରା,ସୁଧିର କୁମାର ଦାସ,କୁନା ବିଷୋୟୀ,ତ୍ରିଲୋଚନ ଅଚାରୀ ପ୍ରମୁଖ ପରିଚାଳନା କରିଥିଲେ
Sign in
Sign in
Recover your password.
A password will be e-mailed to you.