ଏଲ ଆର ଆଇ ଯାତ୍ରା ଉଦଯାପିତ

3
  • ବୈଜ୍ଞାନିକ ପ୍ରଣାଳୀରେ ସମନ୍ଵିତ ଚାଷ ଓ ଚାଷୀଙ୍କୁ ସୁଦୃଢ କରିବ,

  • ଜଳ, ଜମି, ଜଙ୍ଗଲ, ଜନ୍ତୁଙ୍କ ସଂରକ୍ଷଣ ଜନ ଜୀବନ ପାଇଁ ଅପରିହାର୍ଯ୍ୟ

ଓଡ଼ଗାଁ,୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟାଳୟ ମାଧ୍ୟମରେ ଏଲ ଆର ଆଇ ଯାତ୍ରା ସୋମବାର ଉଦଯାପିତ ହୋଇଯାଇଛି। ସକାଳେ ଏହି ବ୍ଳକର ରାବରା ପଞ୍ଚାୟତ ଏବଂ ଅପରାହ୍ନରେ ଓଡ଼ଗାଁ ଏନ୍ଏସି ଅଞ୍ଚଳ ଚାଷ ଜମିର ଉତ୍ପାଦନତା ବୃଦ୍ଧି ଓ ଜଳବାୟୁ ସହନଶୀଳ କୃଷି ପାଇଁ ବିଜ୍ଞାନ ସମ୍ମତ ଜଳ ବିଭାଜିକା କାର୍ଯ୍ୟକ୍ରମ ଏଲଆରଆଇ ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା । ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ରାମ ସାଗର ପୁଷ୍କରିଣୀ କୂଳରେ ଥିବା ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ପ୍ରିତିବାଳା ରଣା, ମୁଖ୍ୟ ବୈଜ୍ଞାନିକ ଆଇଆଇଡବ୍ଳୁଏମ୍ ଭୁବନେଶ୍ୱର ସୁଶାନ୍ତ କୁମାର ଯେନା, ବୈଜ୍ଞାନିକ ଏନବିଏସଏସଏଲୟୁପି କୋଲକାତା ଡ.ଶିଳାଦିତ୍ୟ ବନ୍ଦୋପାଧ୍ୟାୟ, ନୟାଗଡ଼ କେଭିକେ ବୈଜ୍ଞାନିକ ଡ.ଗୀତାଞ୍ଜଳି ସୁବୁଦ୍ଧି, ନୟାଗଡ଼ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ପରିଡ଼ା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କାଳିଚରଣ ବେହେରା, ଓଡ଼ଗାଁ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସ୍ମିତା ବେହେରା, ଓଡ଼ଗାଁ ବ୍ଳକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ, ଆରଏ ଓୟୁଏଟି ଏଲଆରଆଇ ରିୱାଡ ଶ୍ରୀଲା ଅଭିଷେକ, ଏସଆରଏଫ୍ ଓୟୁଏଟି ଏଲଆରଆଇ ରିୱାଡ ଚନ୍ଦ୍ରିକା ରାୟ ପ୍ରମୁଖ ଯୋଗଦେଇ ଜଳ, ଜମି, ଜଙ୍ଗଲ ଓ ଜନ୍ତୁଙ୍କ ସଂରକ୍ଷଣ ଜନ ଜୀବନ ପାଇଁ ଅପରିହାର୍ଯ୍ୟ । ବୈଜ୍ଞାନିକ ପ୍ରଣାଳୀରେ ସମନ୍ଵିତ ଚାଷର ବିକାଶ ଦ୍ବାରା ଚାଷୀମାନେ ଆତ୍ମନିର୍ଭରଶୀଳ ହୋଇ କିପରି ଲାଭବାନ ହୋଇପାରିବେ ଏବଂ ଚାଷୀର ଆର୍ଥିକ ମେରୁଦଣ୍ଡ ସୁଦୃଢ ହୋଇପାରିବ ସେ ନେଇ ବୈଜ୍ଞାନିକମାନେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଶସ୍ୟ କ୍ଷେତ୍ରରେ କୌଶଳ କାର୍ଯ୍ୟ କାରିତା ପ୍ରଦର୍ଶିତ ହେଲେ ଏହା ଅନ୍ୟ ଚାଷି ମାନଙ୍କୁ ଖୁବ ଶୀଘ୍ର ପ୍ରଭାବିତ କରି ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହାପରେ ସଫଳ ଚାଷୀ ମାନଙ୍କୁ ଏବଂ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ଅତଥିଙ୍କ ଦ୍ବାରା ପ୍ରଶଂସା ପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ସରକାରଙ୍କ ଉକ୍ତ ଯୋଜନା ସମ୍ପର୍କରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଚାଷୀ ମାନଙ୍କ ବ୍ୟତିତ ପ୍ରଚାର ପ୍ରସାର ବିନା ଅଧିକାଂଶ ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି । ଫଳରେ ଯୋଜନା ଗୁଡିକର ସଫଳତା ନେଇ ସନ୍ଦେହ ସୃଷ୍ଟି ହେଉଛି ।

Leave A Reply

Your email address will not be published.