ଜୟପୁର-୦୮.୧୨.୨୦୨୫-ଅଶୋକ ସାହୁ,କୋରାପୁଟ ଜିଲ୍ଲା ଜୟପୁର ପୌର ପରିଷଦ ତରଫରୁ ରାହାଗିରି ନିମନ୍ତେ ପୌର ପରିଷଦ ସଭା ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ପୌର ପରିଷଦର ଅଧକ୍ଷ ନରେନ୍ଦ୍ର କୁମାର ମହାନ୍ତିଙ୍କ ସମେତ ଅନ୍ୟାନ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ଡ଼ିସେମ୍ବର ୧୪ ତାରିଖ ରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ରାହାଗିରି ପଥ ଉତ୍ସବ ଜୟପୁର ସର୍ଦ୍ଦାର ବଲ୍ଲଭ ଭାଇ ମାର୍ଗରେ ଅନୁଷ୍ଠିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ରାହାଗିରି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ତରଫରୁ ପ୍ରାୟ ୫୧ ଗୋଟି ଷ୍ଟଲ ଓ ପଦର୍ଶନି କରିବା ପାଇଁ ଯୋଗ ଦେବେ । ରାହାଗିରି ପାଇଁ ପୋଲିସ ତରଫରୁ ବ୍ୟାପକ କଡା ସୁରକ୍ଷା କରାଯିବା ସହିତ ଡ୍ରୋନ ସାହାର୍ଯ୍ୟ ରେ ନଜର ରହିବ। ସ୍ଥାନୀୟ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ଜୟପୁର ବାସିନ୍ଦା ଙ୍କ ଭିତରେ ଭାଇଚାରା ସୃଷ୍ଟି କରିବା ହେଉଛି ରାହାଗିରି ର ମୁଖ୍ୟ ଉଦେଶ୍ଯ ବୋଲି ଅତିଥି ମାନେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଜୟପୁର ଅତିରିକ୍ତ କାର୍ଯ୍ୟନିର୍ବାହି ଅଧିକାରୀ ପୁଜା ରାଉତ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯୋଶଦା ଗାଦଵା, ସମାଜ ସେବି ସଞ୍ଜୟ ଜୈନ, ଗୋପାଳ ସାହୁ ଷ୍ଟେନୋ, କାଉନସିଲର ବିଷ୍ଣୁ ରେଡ୍ଡୀ, ନିରଞ୍ଜନ ପାଣିଗ୍ରାହୀ,ସତ୍ୟନାରୟଣ ପାତ୍ର, ସଞ୍ଜୟ ମାର୍ଥା, ଜଗଦୀଶ ରାଓ, ପଞ୍ଚାନନ ମିଶ୍ର, ପୌରପାଳିକାର ସମସ୍ତ କାଉନସିଲର ଏବଂ ପୌରପରିଷଦର କର୍ମଚାରୀ ଓ ସମସ୍ତ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post