ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଗତ କାଲି ପୁରାତନ ଛାତ୍ର ସଂଗଠନର ନିର୍ବାଚନ ହେବା ସହ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି ବିଦ୍ୟାଳୟରେ କଳାହାଣ୍ଡିର କୋଣ ଅନୁକୋଣରୁ ଆସି ୩୩ଟି ବ୍ଯାଚ୍ ର ୨୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାସ୍ ହୋଇ ଜିଲ୍ଲା ଓ ରାଜ୍ଯର ବିଭିନ୍ନ ସରକାରୀ ଓ ବେସରକାରୀ ସ୍ଥରରେ ଚାକିରୀ କରିବା ସହ ଚାଷ, ଖେଳ, ବିଜନେସ୍, ସେବା, ରାଜନିତୀ ଓ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଚଳିତ ବର୍ଷ ପୁରାତନ ଛାତ୍ର ସଂଗଠନର କାର୍ଯ୍ଯକାଳ ୨ବର୍ଷ ପୁରଣ ହେବାରୁ ନୂତନ ୧୫ଜଣିଆ କାର୍ଯ୍ଯକାରିଣୀ କମିଟି ନିର୍ବାଚନ ଓ ଗଠନ ହୋଇଥିଲା। ସର୍ବସମ୍ମତି କ୍ରମେ ଦ୍ୱିତୀୟ ବ୍ଯାଚ୍ ର ପୁରାତନ ଛାତ୍ର ଇଂ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ସଭାପତି ଭାବରେ ଚୟନ କରାଗଲା । ସେ ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ଏବଂ ଯୁବ ସଂଗଠକ ଭାବରେ ପରିଚିତ । ତେଣୁ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି। ବିମଲ ଦୀପ ଉପସଭାପତି, ଭବାନୀ ଶଙ୍କର ପଣ୍ଡା ସାଧାରଣ ସମ୍ପାଦକ, ଭବତୋଷ କୁମାର କର ଯୁଗ୍ମ ସମ୍ପାଦକ, ସଞ୍ଜୟ କୁମାର ରଣା କୋଷାଧ୍ୟକ୍ଷ, ସରୋଜ ନାଏକ ଯୁଗ୍ମ କୋଷାଧ୍ୟକ୍ଷ ଭାବରେ ଚୟନ ହୋଇଥିଲେ। ଏହି ନିର୍ବାଚନକୁ ମହେଶ କୁମାର ଭାଟି ଓ ଓମ୍ ପ୍ରକାଶ ବାଗ ଇଲେକ୍ସନ କମିଶନ ଭାବରେ ପରିଚାଳନା କରିଥିଲେ। ତାପରେ ପୁର୍ବତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଙ୍କ ମଧ୍ଯରେ ଭଲିବଲ ମ୍ଯାଚ୍ ହୋଇଥିଲା । ସ୍କୁଲ ତରଫରୁ ସମସ୍ତଙ୍କ ପାଇଁ ଭୋଜନର ଆୟୋଜନ ହୋଇଥିଲା । ବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀ ଚିନ୍ତାମଣି ଦିୱେଦୀ, ଚଳିତ ସଭାପତି ଗୋଲକ ବିହାରୀ ଭୋଇ , ନିର୍ବାଚିତ ସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ଚଳିତ ସାଧାରଣ ସମ୍ପାଦକ ପ୍ରଦୀପ ବଳିୟାର ସିଂ, ନିର୍ବାଚିତ ସମ୍ପାଦକ ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ଦୀପ ପ୍ରଜ୍ବଳିତ କରି ସଭା ଆରମ୍ଭ କରିଥିଲେ। ସମସ୍ତ ମଞ୍ଚାସୀନ ବ୍ୟକ୍ତି ନିଜ ନିଜ ଅଭିଭାଷଣ ରଖିଥିଲେ। ୧୪ ନଂ ବ୍ଯାଚ୍ ର ଏହି ବର୍ଷ ସିଲ୍ଭର ଜୁବୁଲି ମନେଇବା ସହ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ।ତାପରେ ପୁର୍ବତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ହୋଇଯାଇଅଛି। ଦୀର୍ଘ ବର୍ଷ ଧରି ନର୍ଲାରୁୁ ନବୋଦୟ ବିଦ୍ୟାଳୟ ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଥିବା ଯୋଗୁଁ ନିର୍ବାଚିତ ସଭାପତି ଦୁଃଖ ପ୍ରକାଶ କରିବା ସହ ଏହା ଉପରେ ଏକ କମିଟି ଯାଇ ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା ହେବେ ଏବଂ ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ଏବଂ ଜିଲ୍ଲାର ବିକାଶ ପାଇଁ ନୂତନ କମିଟି କାମ କରିବ ବୋଲି କହିଛନ୍ତି। କାର୍ତ୍ତିକ ସୁନା, ସରୋଜ ନାଏକ, ଜଗମୋହନ ପାଢ଼ୀ ମଞ୍ଚ ପରିଚାଳନା କରିବା ସହ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.