ଆଦିତ୍ୟ ଅଦିତୀ ଲେଡିଜ୍ କ୍ଳବ୍ ଦ୍ଵାରା ଜନହିତକର କାର୍ଯ୍ୟକ୍ରମ

3

ଭୁବନେଶ୍ୱର, ୭/୧୨: ମାନବ ସେବା ହିଁ ପରମାତ୍ମାଙ୍କ ସେବା ବୋଲି କୁହାଯାଏ। ଏହାକୁ ପ୍ରତିପାଦନ କରିବାକୁ ପ୍ରୟାସ କରିଛନ୍ତି ଆଦିତ୍ୟ ଅଦିତି ଲେଡିଜ କ୍ଳବ୍ କର୍ମକର୍ତ୍ତା। କ୍ଳବର ସଭାନେତ୍ରୀ ଶ୍ରୀମତୀ ନମ୍ରତା ନାୟକଙ୍କ ତତ୍ୱବଦନରେ ଆଦିତ୍ୟ ଟାଉନସିପରେ କାମକରୁଥିବା ପ୍ରାୟ ୧୫୦ ଜଣ ପୁରୁଷ ଏବଂ ମହିଳା କର୍ମଜୀବୀ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ପ୍ରତ୍ୟେକ ବର୍ଷ ଏହି ଅଦିତି କ୍ଳବ୍ ଜନହିତକର କାର୍ଯ୍ୟ କରିଆସୁଅଛି। ଏହି କ୍ରମରେ ନିକଟସ୍ଥ ଅନାଥାଶ୍ରମକୁ ପରିଦର୍ଶନ କରି ସେଠାରେ ଥିବା ପିଲାମାନଙ୍କୁ କପଡା ଏବଂ ସୁଷମ ଖାଦ୍ୟ ବଣ୍ଟନ କରିଛନ୍ତି। କମ୍ପାନୀର ସିଏସଆର୍ କାର୍ଯ୍ୟକ୍ରମରେ ଭାଗ ନେଇ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ସଦସ୍ୟ ମାନଙ୍କୁ ସ୍ବାବଲମ୍ବୀ କରିବାରେ ସେମାନଙ୍କୁ ସହଯୋଗ ମଧ୍ୟ କରୁଛନ୍ତି।
ଆଦିତ୍ୟ ଅଦିତି ଲେଡିଜ୍ କ୍ଳବର ଏଭଳି ଜନହିତକର କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିବା ସହିତ ଉଚ୍ଚ ପ୍ରଶଂସା ସାଉଁଟିପାରିଛି।

Leave A Reply

Your email address will not be published.