ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ପାତ୍ର ଙ୍କ ସଂଯୋଜନାରେ ଗଞ୍ଜାମ ପୁଲିସ ପକ୍ଷରୁ ଆଜି ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି ।
ଏହି ଗୃହରକ୍ଷୀ ଦିବସ ପ୍ରତ୍ୟେକ ବର୍ଷ ସାରା ଭାରତ ବର୍ଷର ପୋଲିସ୍ ମୁଖ୍ୟାଳୟ ମାନଙ୍କ ରେ ପାଳନ କରାଯାଇଥାଏ। ଏବଂ ଏଥିରେ ବଛା ବଛା ଶ୍ରେଷ୍ଠ ଗୃହରକ୍ଷୀ ମାନଙ୍କୁ ସେମାନଙ୍କ ସେବା ଓ କର୍ତ୍ତବ୍ୟକର୍ମ ର ମାନଦଣ୍ଡ କୁ ପରଖି ପ୍ରତି ବର୍ଷ ପୁରସ୍କୃତ କରାଯାଇଥାଏ। ସୁଚନା ଥାଉକି ୧୯୬୨ ମସିହାରେ ଭାରତ ଚାଇନା ଯୁଦ୍ଧ ସମୟରେ ଏକ ଗୃହରକ୍ଷୀ ବାହିନୀ ସ୍ବେଛାସେବୀ ସଂଗଠନ ଭାବରେ ଭାରତୀୟ ପୋଲିସ୍ କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରିଥିବାରୁ, ସେହି ଦିନରୁ ସେହି ଦିବସକୁ ପ୍ରତିଷ୍ଠା ଦିବସ ଭାବରେ ପ୍ରତ୍ୟେକ ବର୍ଷ ଏହା ସାରା ଭାରତ ବର୍ଷରେ ପାଳିତ ହୋଇ ଆସୁଛି। ଏବଂ ଏଥିରେ ପ୍ରତ୍ୟେକ ଥାନାର ଶ୍ରେଷ୍ଠତ୍ବ ଗୃହରକ୍ଷୀ ଙ୍କୁ ପୁରସ୍କୃତ କରାଯାଇଥାଏ।
ସେହିପରି ଚଳିତ ୨୦୨୫ ବର୍ଷରେ ୬୩ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗୃହରକ୍ଷୀ ମାନଙ୍କ ଦୈନନ୍ଦିନ କାର୍ଯ୍ୟ କାଳ ମଧ୍ୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାର ବଛାବଛା ୨୫ ଜଣ ଗୃହରକ୍ଷୀ ଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସମ୍ବଦ୍ଧିତ କରାଯାଇଛି । ସେମାନଙ୍କ ମଧ୍ୟରେ ଭଞ୍ଜନଗର ଥାନାର ଦୁଇ ଜଣ ହୋମଗାର୍ଡଙ୍କୁ ସମ୍ବଦ୍ଧିତ କରାଯାଇଛି ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ କୁମାର ରାଓ ଏବଂ ଗୃହରକ୍ଷୀ ଗଜେନ୍ଦ୍ର ସ୍ଵାଇଁ । ଆରକ୍ଷୀ ବାହିନୀ ଙ୍କୁ ଉତ୍ତମ ସେବା ପ୍ରଦର୍ଶନ ସହ ବିଭିନ୍ନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେମାନଙ୍କୁ ସମ୍ବଦ୍ଧିତ କରାଯାଇଥିବାରୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ହୋମଗାର୍ଡ ପ୍ଳାଟୁନ କମାଣ୍ଡର୍ ପି.ହେମନ୍ତ କୁମାର ରାଓ ଓ ହୋମଗାର୍ଡ ଗଜେନ୍ଦ୍ର ସ୍ଵାଇଁ ଉଭୟଙ୍କୁ ଗଞ୍ଜାମ ଆରକ୍ଷୀ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ପାତ୍ର ଚଳିତ ବର୍ଷ ୨୦୨୫ ନିମନ୍ତେ ଉପଯୁକ୍ତ ହୋମଗାର୍ଡ ପୁରସ୍କାର ପ୍ରଦାନ କରିଛନ୍ତି I ଦୁଇ ହୋମଗାର୍ଡ, ୨୦୨୫ ବର୍ଷ ର ଉତ୍ତମ ପୁରସ୍କାର ପାଇବାର ସମସ୍ତ ଶ୍ରେୟ ଭଞ୍ଜନଗର ଥାନାଧିକାରୀ
ଜୀବନାନନ୍ଦ ଜେନାଙ୍କୁ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post