ବେଲଗୁଣ୍ଠା,-:(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ମହାତ୍ମାଗାନ୍ଧିଙ୍କ ୯୯ ତମ ଗୋବରା ପଦାର୍ପଣ ଦିଵସ ବଡ଼ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଗୋବରା ଗାନ୍ଧିପୀଠ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୂରସଂଚାର ନିଗମର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗୌରୀ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସକୁ ପ୍ରତିବର୍ଷ ଗୋବରାରେ ପାଳନ କରାଯାଉଥିବାରୁ ଭୂୟସୀ ପ୍ରଶଂସା କରିଥିଳଲେ I ଗୋବରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ତଥା ସଙ୍ଗଠକ ଅଭିମନ୍ୟୁ ଦଳାଇ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବେଳେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସଭାପତି କୁଞ୍ଜବିହାରୀ ନାୟକ, ସମିତି ସଭ୍ୟ ବିଭୁପାଦ ଜେନା, ସମାଜସେବୀ କୁନା ପରିଡା, ରାମକୃଷ୍ଣ ପାତ୍ର, କିଶୋର ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବ ସହ ଆୟୋଜକ-ଉପେନ୍ଦ୍ରଭଞ୍ଜ ସାହିତ୍ୟ ପରିଷଦ ଗୋବରାର ଏହି ମହତ୍ ଉଦ୍ଦେଶ୍ୟ ଆଧାରିତ କାର୍ଯ୍ୟାବଳୀକୁ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନଙ୍କ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଗୋବରା ମୁଖ୍ୟ ରାସ୍ତାରେ ଥିବା ’ଗୋବରା ଗାନ୍ଧୀ’ ବାଞ୍ଛାନିଧି ପଟ୍ଟନାୟକ ଏବଂ ‘ଜାତିର ପିତା’ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗୋବରା ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା , ମହେଶ୍ୱର ରାଉତ , ସନ୍ତୋଷ କୁମାର ସାହୁ , ସୁରେଶ କୁମାର କର, ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ଶିକ୍ଷକ ଅଶୋକ କୁମାର ଶତପଥୀ , ଅରୁଣ କୁମାର ବେହେରା , ଶିକ୍ଷୟିତ୍ରୀ ସୁପ୍ତି ମିଶ୍ର, ଲିଲି ନାୟକ ଓ ନାରାୟଣ ସାହୁ , ଜିତେନ ଦାସ , ଶିଶିର ସାହୁ ଏବଂ ଶ୍ରୀ ଅରବିନ୍ଦ ଶିକ୍ଷାନିକେତନର ଛାତ୍ରଛାତ୍ରୀମାନଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଚନ୍ଦ୍ରଶେଖର ପଣ୍ଡା, ଦୟାନିଧି ବିଶ୍ବାଳ, ପ୍ରଧାନ ଆଚାର୍ଯ୍ୟ ରାମକୃଷ୍ଣ ସାହୁ ଓ ଶିକ୍ଷୟିତ୍ରୀଗଣ ମୁଖ୍ୟ ସଡକ ପରିକ୍ରମା କରି ବିଭିନ୍ନ ନାରା ଦେଇ ଉଭୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୋବରା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟ, ଗୋବରା ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅରବିନ୍ଦ ଶିକ୍ଷାନିକେତନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏବଂ ସମସ୍ତ କର୍ମଚାରୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଶେଷରେ ସମାଜସେବୀ କୁନା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post