ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ସଂସ୍କୃତି ରକ୍ଷା , ପରିବେଶ ସୁରକ୍ଷା” ବିଷୟବସ୍ତୁକୁ ଧ୍ୟାନରେ ରଖି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଓ ଗଜପତି ଜିଲ୍ଲା କନିଷ୍ଠ ଖଣି ଅଧିକାରୀ ବିଶ୍ଵଜିତ କୁମାର ମହନ୍ତଙ୍କ ଡ଼ାକରାରେ ସର୍ବ ପ୍ରଥମେ ସକାଳ ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଫେଇ କରାଯାଇ ଇତସ୍ତତଃ ଭାବେ ପଡିଥିବା ଦୀପ ତଥା ଫୁଲକୁ ଯଥାସ୍ଥାନରେ ସସମ୍ମାନେ ପକାଯାଇଥିଲା। ପରେ ଜଗନ୍ନାଥ ସେବା ଦଳର ମୁଖ୍ୟ ଦୁର୍ଗା ମାଧବ ପାଣିଗ୍ରାହୀ , ପ୍ରଗତି ମହିଳା ସଙ୍ଗଠନର ସଭାପତି ଲୋକନାଥ ମିଶ୍ର , ଗିରିଶ ପାଳ , ବଜରଙ୍ଗ ଦଳର କୈଳାଶ ବିଶ୍ୱାଳ , ରାୟ ଗୋବିନ୍ଦ ରାଜୁ , ଗୌତମ ପାଢ଼ୀ , ପରିବେଶବିଦ ମନୋଜ ଦାଶ , ଦୁର୍ଗାଶକ୍ତି ବାହିନୀର ସଦସ୍ୟ ସଦସ୍ୟାମାନେ ଏଥିରେ ଯୋଗ ଦେଇ ଏହି ସେବା କାର୍ଯ୍ୟକୁ ବ୍ୟାପକ କରିଥିଲେ। ପରେ ସମସ୍ତେ ସଂସ୍କୃତି ରକ୍ଷା ନାରା ଦେଇ ମହେନ୍ଦ୍ରତନୟା ନଦୀ କୂଳକୁ ଯାଇ ସେଠାରେ ବିକ୍ଷିପ୍ତ ଭାବେ ପଡିଥିବା କାଗଜ ତଥା ସୋଲ ଡ଼ଙ୍ଗା , କଦଳୀ ପାଟୁକା ତଥା ଅନ୍ୟ ଅଳିଆ ଆବର୍ଜନାକୁ ସଫା କରି ଘାଟକୁ ପରିଷ୍କାର କରିଥିଲେ।
ଏହା ପରେ ସଦାରାମ ପୋଖରୀକୁ ମଧ୍ୟ ଏହି ଦଳ କିଛି ମାତ୍ରାରେ ସଫେଇ କରି ପରିବେଶ ସୁରକ୍ଷାର ଯଥାସମ୍ଭବ ବାର୍ତ୍ତା ସମାଜକୁ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ସାହାଯ୍ୟ ସହଯୋଗର ହାତ ବଢ଼ାଇ କାର୍ଯ୍ୟକ୍ରମକୁ ସଫଳ କରିବା ସହ ସଂସ୍କୃତି ରକ୍ଷା ପରିବେଶ ସୁରକ୍ଷାର ନିଆରା ବାର୍ତ୍ତା ବାଣ୍ଟିଥିଲେ।
Sign in
Sign in
Recover your password.
A password will be e-mailed to you.