କେନ୍ଦୁଝରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ।

2

 କେନ୍ଦୁଝର,ତା୬/୧୨- କାଲି ଥିଲା ବିଶ୍ୱ ମୃତ୍ତିକା ଦିବସ ଯାହାକୁ ଜିଲ୍ଲା କୃଷି ଅଧିକାରୀଙ୍କ ପକ୍ଷରୁ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। କୃଷି ଫସଲ ଉତ୍ପାଦନ ଲାଗି ମୃତ୍ତିକାର ନିଶ୍ଚିତ ଅବଦାନ ରହିଛି। ମୃତ୍ତିକା କିସମ ନେଇ ଚାଷୀ ସତର୍କ ହୋଇ କୃଷି କର୍ମଣ କରେ ଫସଲ ଉତ୍ପାଦନ ବଢ଼ାଇ ଥାଏ। ଆଜିକାଲି କୃଷି ବିଭାଗ ପକ୍ଷରୁ ମୃତ୍ତିକା ପରୀକ୍ଷା କରି ଚାଷୀଙ୍କୁ ମାର୍ଗଦର୍ଶନ କରାଯାଉଛି ଏହାର ସଂରକ୍ଷଣ ତଥା ଉତ୍ପାଦିକା ଶକ୍ତି ବଢ଼ାଇବାଲାଗି ଅନେକ ବ୍ୟବସ୍ଥା ପରୀକ୍ଷା ନିରୀକ୍ଷା ହେଉଛି। ତେଣୁ ଜିଲ୍ଲା କୃଷି କାର୍ଯ୍ୟାଳୟରେ ହୋଇଥିବା କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଭାଗିରଥି ସିଂହ ଅତିଥି ଭାବେ ଯୋଗ ଦେଇ ମାଆ ମାଟିର ସୁରକ୍ଷା ସହ ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପୃଥ୍ୱୀରାଜ ମଣ୍ଡଳ ସମସ୍ତଙ୍କ ସହଯୋଗରେ ମାଟିରୁ ଅମ୍ଳତା ଓ କ୍ଷରତାକୁ ନିୟନ୍ତ୍ରଣ କରି ହେବ କହିଥିଲେ। ସମ୍ମାନୀତ ଅତିଥି ଭାବେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି, ଏଡିଆର ଆରଆରଟିଏସ କିଶୋର ସାହୁ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ସୁଶାନ୍ତ କୁମାର ସାହୁ ଯୋଗ ଦେଇ ମୃତ୍ତିକା କ୍ଷୟ ରୋକିବା ସହ ମାଟିର ଜଳ ଧାରଣ କ୍ଷମତା ବଢାଇବା ଉପରେ ଜୋର ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚମ୍ପୁଆ କୃଷି ଅଧିକାରୀ ସତ୍ୟବାନ ସୋରେନ, ଘଟଗାଁରୁ କବିତା ବେହେରା, ଆନନ୍ଦପୁରରୁ ନୀଳମାଧଵ ଦାସ, ସଦରରୁ ବିଶ୍ୱଜୟୀ ମିଶ୍ର ଯୋଗ ଦେଇ ମାଟିର ମାନ ଓ ଗୁଣ ବଢାଇବା ଉପରେ ମନ୍ତବ୍ୟ ରଖିଥିଲେ। ସହକାରୀ କୃଷି ନିର୍ଦ୍ଦେଶକ ତଥା ରାସାୟନବିତ ଯତୀନ୍ଦ୍ର ନାଥ ମହାନ୍ତ ବିବରଣୀ ପାଠ କରିଥିଲେ। ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଜିଲ୍ଲା ସଂଯୋଜକ ଶତ୍ରୁଘ୍ନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାକୁ ମଳୟ କୁମାର ଖଣ୍ଡା ପରିଚାଳନା କରିଥିବା ବେଳେ କୃଷି ବିଭାଗର ନିରଞ୍ଜନ ପାତ୍ର, ତାପସ ରାଉତ, ବ୍ରଜ ଚନ୍ଦ୍ର ମହାନ୍ତ, କୃଷି ଅଧୀଦର୍ଶକ ସଂଜୁ କୁମାରୀ ଦାସ ସହଯୋଗ କରିଥିଲେ।

Leave A Reply

Your email address will not be published.