ମାଲକାନଗିରି,(ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ) ତା ୦୬/୧୨ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ ପକ୍ଷରୁ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଅଟୋ ସହିତ ୨ଲକ୍ଷ ୨୫ ହଜାର ଟଙ୍କାର ଗଞ୍ଜେଇ ଜବତ କରାଯାଇ ଜଣେ ଚାଲାଣକାରୀକୁ ଗିରଫ କରାଯାଇଛି। ଗତକାଲି ଭୋର ସକାଳ ସମୟରେ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ଟିମ ପକ୍ଷରୁ ମାଲକାନଗିରି ଥାନା ଅର୍ନ୍ତଗତ କାଦବାହଲ ଛକ ନିକଟରେ ପେଟ୍ରଲିଂ ସମୟରେ ବାଲିମେଳା ପଟରୁ ଗୋଟେ ଅଟୋ ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ଅଟକାଇ ଚେକ କରିବାରୁ ସେଥିରୁ ଏକ ଜରିବସ୍ତାରେ ୨୨କେଜି ୫୦୦ ଗ୍ରାମ ଗଞ୍ଜାଇ ବାହାରି ଥିବା ଜଣା ପଡ଼ିଥିବା ବେଳେ ଗଞ୍ଜେଇ ସହ ଅଟୋକୁ ଜବତ କରାଯାଇଛି । ଏହି ଗଞ୍ଜାଇ ସେ ଛତିଶଗଡ଼ ସୁକୁମା ଅଭିମୁଖେ ନେଉଥିବାର ସ୍ଵୀକାର କରିଛି। ଗିରଫ ବ୍ୟକ୍ତି ହେଲେ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଗ୍ରାମର ତୁଳସୀରାମ ଟାକରି ବୋଲି ଜଣାପଡିଛି । ଗଞ୍ଜେଇ ଚୋରା ଚାଲାଣକାରି ତୁଳସୀ ରାମ କୁ ଆଜି କୋର୍ଟ ଚାଲାଣ କରା ଯାଇଛି। ଭ୍ରାମ୍ୟମାଣ ଟିମର ଅବକାରୀ ଇନିସ୍ସପେକ୍ଟର ବିଙ୍ଗରାଜ ଦାମୀ, ଅବକାରୀ ଏଏସ ଆଇ ପ୍ରଦୀପ କୁମାର ନାୟକ, ଅବକାରୀ କନେଷ୍ଟବଲ ଜ୍ଞାନରଞ୍ଜନ ସାହୁ, ପାଣ୍ଡବ ଟୁଡୁ, ସୀତାକାନ୍ତ ମହାନ୍ତି ଓ ଚନ୍ଦନ ଚେଟି ପ୍ରମୁଖ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post