ବଜରଙ୍ଗ ଦଳ ପକ୍ଷରୁ ଶୌର୍ଯ୍ୟ ଦିବସ ପାଳିତ

2

କେନ୍ଦୁଝର,ତା୬/୧୨-ବିଶ୍ବହିନ୍ଦୁ ପରିଷଦର ବଜରଙ୍ଗ ଦଳ କେନ୍ଦୁଝର ଜିଲା ପକ୍ଷରୁ ଶନିବାର ଶୌର୍ଯ୍ୟ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇଛି। ଏହି ଉପଲକ୍ଷେ କେନ୍ଦୁଝର ମାଇନିଂ ରୋଡ଼ ସ୍ଥିତ ରାମମନ୍ଦିର ପ୍ରାଙ୍ଗଣରୁ ପୂଜାର୍ଚନା ପରେ ଶତାଧିକ ବଜରଙ୍ଗ ଦଳ କର୍ମୀଙ୍କ ପକ୍ଷରୁ ଏକ ବାଇକ ରାଲି କେନ୍ଦୁଝର ସହର ପରିକ୍ରମା କରିଥିଲେ। ଏହି ବାଇକ ରାଲି ଶୋଭାଯାତ୍ରା ମାଇନିଙ୍ଗ ରୋଡ଼ ରାମମନ୍ଦିର ନିକଟରେ ବାହାରି ନିଉକଲୋନୀ , ପଵିତ୍ରଡ଼ିହା, ଧୋବାଡ଼ିହା, ସିରାଜୁଦ୍ଦିନ ଛକ, ଗାନ୍ଧୀ ଛକ, ଜେଲରୋଡ଼ ଛକ, ଚର୍ଚ୍ଚ ଛକ, ଟେଲିଫୋନ ଏକ୍ସଚେଞ୍ଜ ଛକ, ଥାନା ଛକ, କଲେକ୍ଟରେଟ ଛକ ଲାବଣ୍ୟ ଛକ କୋର୍ଟ ଛକ ହୋଇ ରାମମନ୍ଦିର ନିକଟରେ ପରିକ୍ରମା ଶେଷ କରିଥିଲା ଏହି ବାଇକ ରାଲିରେ ପାଞ୍ଚଶହରୁ ଉର୍ଦ୍ଧ୍ଵ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରମୁଖ କର୍ମୀ ମାନେ ଜୟଶ୍ରୀରାମ ନାରା ଦେଇ ସହର ପରିକ୍ରମା କରି ଶୌର୍ଯ୍ୟଦିବସ ପାଳନ ବିଷୟରେ ଲୋକଙ୍କୁ ସଚେତନ କରିଥିଲେ। ସୂଚନାଯୋଗ୍ୟ ଯେ ୧୯୯୨ ମସିହା ଡିସେମ୍ବର ମାସ ୬ ତାରିଖରେ ହଜାର ହଜାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ,ବିଶ୍ୱହିନ୍ଦୁ ପରିଷଦର ଭାଇମାନେ ଏକତ୍ରିତ ହୋଇ ଅଯୋଧ୍ୟାର ଐତିହାସିକ ଶ୍ରୀରାମ ଜନ୍ମଭୂମି ଉଦ୍ଧାର ଲାଗି ଆନ୍ଦୋଳନ କରିଥିଲେ। ପାଞ୍ଚ ଶହ ବର୍ଷ ଧରି ବାବରୀ ମସଜିଦ ଢାଞ୍ଚା ଆପେ ଲୋକଙ୍କ ଭିଡ଼ରେ ଧରାଶାୟୀ ହୋଇଥିଲା ଯାହା ଶ୍ରୀରାମ ମନ୍ଦିର ନିର୍ମାଣ କରିବା ପାଇଁ ବାଟ ଫିଟାଇ ଥିଲା। ଏହି ବିଜୟ, ଏହି ବୀରତ୍ୱ, ଏହି ପୁନର୍ଜାଗରଣକୁ ମନେପକାଇ ସେହି ଦିନକୁ ଶୌର୍ଯ୍ୟ ଦିବସ ଭାବେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ପାଳନ କରା ଯାଉଛି। ବିଶ୍ବହିନ୍ଦୁ ପରିଷଦ ଜିଲା ସଭାପତି ତୁଷାର ସାମନ୍ତ, ସମ୍ପାଦକ ସ୍ବପନେଶ୍ୱର ସାହୁ, ପୂର୍ବପ୍ରନ୍ତୀୟ ମହିଳା ମୋର୍ଚ୍ଚା ସେବା ପ୍ରମୁଖ ମାମିନା ରାଢୁସଙ୍କ ସହିତ ଜିଲା ସଭାପତି ତୁଷାରକାନ୍ତ ସାମନ୍ତ, ଜିଲା ସମ୍ପାଦକ ସ୍ବପ୍ନେଶ୍ୱର ସାହୁ,ଜିଲା ସହ ସମ୍ପାଦକ କେଦାରନାଥ ଦାଶ, ନଗର ସମ୍ପାଦକ ସୁବ୍ରତ ମହାନ୍ତି, ସହ ସମ୍ପାଦକ ରଞ୍ଜନ ସାହୁ, ସୁପାଇ ମୁର୍ମୁ, ଗୋରକ୍ଷା ପ୍ରମୁଖ ଦୁର୍ଯ୍ୟୋଧନ ମହାନ୍ତ, କାର୍ଯ୍ୟାଳୟ ପ୍ରମୁଖ କାର୍ତ୍ତିକ ମହାନ୍ତି, ଦେବାଶିଷ ପତି, ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘ ପ୍ରତାପ ଝରା, ନୀଳମଣି ସାହୁ, ମହେନ୍ଦ୍ର ସାହୁ, ପ୍ରଫୁଲ୍ଲ ଓଝା, ବିଶ୍ବହିନ୍ଦୁ ପରିଷଦ ଜିଲା ପ୍ରଚାର ପ୍ରସାର ପ୍ରମୁଖ ସତ୍ୟଜିତ ସାମନ୍ତରାୟ, ସତ୍ୟବ୍ରତ ରାଉଳ, ବଜରଙ୍ଗ ଦଳର ସୌମ୍ୟ ରଞ୍ଜନ ସାହୁ, ରଞ୍ଜିତ ସାହୁ, ବିଜେପି ପୂର୍ବତନ ସଭାପତି ରାଧାକାନ୍ତ ମହାନ୍ତ, ଯେନେଶ ଭାଇ, ରଙ୍ଗାଧର ନାଥ ପ୍ରମୁଖ ଜିଲାରେ ନିଶାମୁକ୍ତି ଅଭିଯାନ ବିଷୟରେ ସମସ୍ତଙ୍କୁ ଶୌର୍ଯ୍ୟ ଦିବସଠାରୁ ବିଶେଷ ଅଭିଯାନ ଆରମ୍ଭ କରି ଲୋକଙ୍କୁ ସଚେତନ କରିବା ପାଇଁ ସମସ୍ତ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ, ସଙ୍ଘ କାର୍ଯ୍ୟ କର୍ତ୍ତା ମାନଙ୍କୁ ମିଳିତ ସହଯୋଗରେ କରିବା ପାଇଁ ଆହ୍ୱାନ ଦେଇଥିଲେ

Leave A Reply

Your email address will not be published.