କେନ୍ଦୁଝର,ତା୬/୧୨- କେନ୍ଦୁଝର ଜିଲ୍ଲା ସଦର ବ୍ଲକର ଶିରିଷପାଳ ପଞ୍ଚାୟତ ଅନ୍ତର୍ଗତ ମୋଟିଟାଙ୍ଗିରି ଗ୍ରାମର ଶୀତି କଣ୍ଠେଶ୍ୱର ଭାଗବତ ଟୁଙ୍ଗି ସଭାପତି, ବିଶିଷ୍ଟ ପାଲା ଗାୟକ, ବଳଦେବ ଜୀଉ ପାଲାକାର ସଂଘ ସଂପାଦକ,ବିଶିଷ୍ଟ ସମାଜସେବୀ, ମୋଟିଟାଙ୍ଗିରୀ ଗ୍ରାମର ମୂରବୀ ତଥା ପ୍ରସନ୍ନ ଗ୍ରନ୍ଥାବଳୀର ରଚୟିତା ଏବଂ ଅନେକ କାବ୍ୟ ଓ କବିତା ପ୍ରଣୟନ କରି ସମ୍ବର୍ଦ୍ଧିତ ହୋଇଥିବା କବି ସୌରଭ ପ୍ରସନ୍ନ କୁମାର ଲେଙ୍କା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ୭୨ବର୍ଷ ବୟସରେ କେନ୍ଦୁଝର ଜିଲ୍ଲା ଭାଗବତ ପରିବାର , ବଳଦେବ ଜୀଉ ପାଲା ପରିବାର , ମିଳନୀ ପରିବାର ତଥା ତାଙ୍କର ଅତିପ୍ରିୟ ଗ୍ରାମବାସୀ ଓ ଲେଙ୍କା ପରିବାର ବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ଆଜି ଡିସେମ୍ବର ୬ତାରିଖ ଦିବା ୯ ଘଟିକାରେ କଟକ ମେଡ଼ିକାଲରେ ଆର ପାରିକୁ ଚାଲି ଯାଇଛନ୍ତି। ତାଙ୍କର ବିୟୋଗରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ଏକ ଅପୂରଣୀୟ କ୍ଷତି ଘଟିଲା।ଏଣୁ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ତରଫରୁ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗକୁ ସାନ୍ତ୍ଵନା ପ୍ରଦାନ କରିବା ସହିତ ସେମାନଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅମର ଆତ୍ମାର ଶାନ୍ତି ଓ ସଦଗତି ପାଇଁ ଭାଗବତ ଭଗବାନଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ଜଣେ ଅବସରପ୍ରାପ୍ତ ଶିକ୍ଷକ ରହିଥିବା ଶ୍ରୀ ଲେଙ୍କା ନିଜେ ପରିଣତ ବୟସରେ ବୁଲିବୁଲି ପାଲା ସଂସ୍କୃତି ପ୍ରଚାର କରୁଥିଲେ। ସେ ସୁଖଦୁଃଖରେ ସମସ୍ତ ପାଲାକାରଙ୍କ ପାଖରେ ପହଁଚୁ ଥିବାରୁ ତାଙ୍କର ବିୟୋଗରେ କେନ୍ଦୁଝରରେ ଦୁଖଃର ଛାୟା ଖେଳିଯାଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରି ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post