ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )- -:ରିଖ ଅପରାହ୍ନ ଘ.୨.୦୦ ବେଳେ ମାତା ମାନଙ୍କୁ ନେଇ “ସପ୍ତ ଶକ୍ତି ସଙ୍ଗମ” କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗୀତା ଜ୍ଞାନ ପ୍ରବଚ଼କ ତଥା ଆଧ୍ୟାତ୍ମବାଦୀ ସାଧକ ଶ୍ରୀ ଜଗତ କିଶୋର ଦାଶ ଯୋଗଦାନ କରି ମାତୃଶକ୍ତିର ଅସଲ ପରିଚୟ ଗୀତାଜ୍ଞାନ ସହଯୋଡି ସମ୍ୟକ୍ ମାର୍ଗଦର୍ଶନ କରିଥିବାବେଳେ କାର୍ଯ୍ୟକ୍ରମ ର ଅଧ୍ୟକ୍ଷା ଶ୍ରୀମତୀ ସୁଜାତା କୁମାରୀ ସାହୁ ଏବଂ ବକ୍ତା ଅଧ୍ୟାପିକା ଶ୍ରୀମତୀ ପିଙ୍କି ପାତ୍ର ପଥଭ୍ରଷ୍ଟ ସମାଜର ନିରାକରଣ ପାଇଁ ନାରୀ ଶକ୍ତିକୁ ସଜାଗ ହେବ। ଓ ଆଦର୍ଶ ସନାତନ ସଂସ୍କୃତିର ମହନୀୟ ଉଦାହରଣ ଦେଇ ଉଦ୍ ବୋଧନ ଦେଇଥିଲେ । ଶତାଧିକ ମାଆ ଏବଂ ଭଉଣୀ ଓ ପଚାଶ ଜଣ କର୍ମଜୀବୀ ମହିଳା ଏଥିରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆଦର୍ଶ ଢ଼ଙ୍ଗରେ ପାଳନ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜିକା ଭାବେ ଅନୁଷ୍ଠାନର ସେବାବ୍ରତୀ ଆଚାର୍ଯ। ଶ୍ରୀମତୀ ସଜ୍ଞା ଶତରୂପା ରାରତର।ୟ ଓ ଶ୍ରୀମତୀ ରିଙ୍କି ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଅନୁଷ୍ଠାନର ସଦସ୍ୟା ଶ୍ରୀମତୀ ସି.ଏଚ୍.ସୁଜାତା ସୁବୁଦ୍ଧି ଏବଂ ଶ୍ରୀମତୀ ରାଧାରାଣୀ ସେଠୀ ମାତୃବର୍ଗକୁ ଆଦର୍ଶ ନାରୀ ହେବା ପାଇଁ ସକଳ୍ପ କରାଇଥିଲେ।ଆମ ଅଞ୍ଚଳର ଜଣେ ମହୀୟସୀ ମହିଳା ବାଣତୁମ୍ବ ନିବାସୀ ଶ୍ରୀମତୀ ଭାଗ୍ୟଲତା ସ୍ଵାଇଁଙ୍କୁ ଇତ୍ୟବସରରେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା। ଆଜିର ସମାଜରେ ଶ୍ରୀମତୀ ସ୍ୱାଇଁ ନିଜର ଚାରିପୁଅ ଝିଅ ଓ ବୋହୁ ତଥା ନାତିନାତୁଣୀ ସମସ୍ତଙ୍କୁ ଆଦର୍ଶ ଓ ସଂସ୍କୃତି ସମ୍ପନ୍ନ କରି ଗୋଟିଏ ଯୌଥ ପରିବାରରେ ଏକାତ୍ମ ଭାବରେ ରଖିପାରିଥିବା ଉଦାହରଣ ସୃଷ୍ଟି କରିପାରିଛନ୍ତି’ । ଅନୁଷ୍ଠାନର ସଂପାଦକ ଶ୍ରୀ ପବିତ୍ରକୁମାର ସାହୁ ଓ ପ୍ରଧାନାଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ସମେତ ସମସ୍ତ ସେବାବ୍ରତୀ ଭାଇ ଓ ଭଉଣୀମାନେ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିପାରିଛନ୍ତି । ନାରୀ ସକଳ ଶକ୍ତିର ପ୍ରତୀକ ଭାବରେ ପ୍ରତି ପାଦନ କରାଯାଇଛି । ଇତ୍ୟବସରରେ ଏକ ପ୍ରତିଯୋଗିତା କରି ଦଶଜଣ ମାଆଙ୍କୁ ପୁରସ୍କୃତ କରି ସମସ୍ତଙ୍କୁ ଗୀତା ପୁସ୍ତକ ବଣ୍ଟନ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.