କଟକ ତା-୦୫.୧୨.୨୦୨୫ ରିଖ ଦିନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଟକ ଙ୍କ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଠାରେ ବିଶ୍ଵ ମୃତ୍ତିକା ଦିବସ ପାଳନ ହୋଇ ଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କମଳାକାନ୍ତ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ପରିଷଦ, କଟକ ର ଭାଇସ ପ୍ରେସିଡେଣ୍ଟ ଶ୍ରୀମତୀ ସୁଭଦ୍ରା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ଵ ମୃତ୍ତିକା ଦିବସ ପାଳନ ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ ତଥା ଜୈବିକ କୃଷି ଉପରେ ଗୁରୁତ୍ବ ପ୍ରଦାନ କରିବା ସହ ଏହାକୁ ସମ୍ପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ ଉତ୍ସବ ରେ ସମ୍ମାନନୀୟ ଅତିଥି ଭାବେ ଶ୍ରୀମତୀ ଶାନ୍ତି ମାଝୀ, ସହ ନିର୍ଦ୍ଦେଶକ ଜଳବିଭାଜିକା; ଶ୍ରୀ ଶିବାଶିଷ ମିଶ୍ର, କୃଷି ଜିଲ୍ଲା ଅଧିକାରୀ, ଆଠଗଡ଼ ଇତ୍ୟାଦି ଯୋଗ ଦେଇ ମୃତ୍ତିକା ସ୍ବାସ୍ଥ୍ୟ ଉପରେ ସାରଗର୍ଭକ ବାର୍ତ୍ତା ଦେଇଥିଲେ ।
କୃଷି ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମକର୍ତ୍ତା ମାନେ ଏହି ସଭାରେ ଯୋଗ ଦେଇ ଥିଲା ବେଳେ ଶ୍ରୀ ଅଶୋକ କୁମାର ମଙ୍ଗରାଜ , ସହକାରୀ କୃଷି ଅଧିକାରୀ, ନିଶ୍ଚିନ୍ତ କୋଇଲି ସଭା ପରିଚାଳନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ସନ୍ଥପୁର, କଟକ ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଶ୍ରୀ ରଞ୍ଜନ କୁମାର ମହାନ୍ତ ଏବଂ ମୃତ୍ତିକା ପରୀକ୍ଷାଗାର ର ସହକାରୀ କୃଷି ନିର୍ଦ୍ଦେଶିକା ଓ ମୃତ୍ତିକା ରସାୟନବିତ୍ ତୃପ୍ତିମୟୀ ନାହାକ “ସୁସ୍ଥ ସହର ପାଇଁ ସୁସ୍ଥ ମୃତ୍ତିକା” ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ବିଭିନ୍ନ ବ୍ଲକ ର ପ୍ରାୟ ୬୦ କୃଷକ ଭାଇ ଏହି କାର୍ଯକ୍ରମ ରେ ଯୋଗଦାନ କରିବା ସହ ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ବୁଲି ଦେଖିଥିଲେ। ଉକ୍ତ ଉତ୍ସବ ରେ ୩୦ ଜଣ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରା ଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post