ବେଆଇନ କାରଖାନା ବର୍ଜ୍ୟପାଉଁଶ ଚାଲାଣ: ୧୨ ହାଇୱା ଅଟକ, ୬ ଲକ୍ଷ ଜରିମାନା

0 2

ରାଜଗାଙ୍ଗପୁର . କୁତ୍ରା.୦୪-୧୨-୨୫ବେଆଇନ ଭାବେ କାରଖାନାର ବର୍ଜ୍ୟପାଉଁଶ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ପକାଯାଉଥିବା ଅଭିଯୋଗ ଆଧାରରେ ଆଜି କୁତ୍ରା ପୁଲିସ ୧୨ ଟି ହାଇୱା ଗାଡ଼ି ଅଟକ ରଖିଛି ପ୍ରତି ହାଇୱାରୁ ୫୦ ହଜାର ଟଙ୍କା ଲେଖାଏଁ କରି ୬ ଲକ୍ଷ ଜରିମାନା କରିଛି। ତେବେ ଥାନାରେ ଅଟକ ଥିବା ହାଇଓ୍ବା ନେବାକୁ ଜଣେ ହେଲେ ମାଲିକ ଆସିନଥିବାରୁ

ଜରିମାନା ଅର୍ଥ ଆଦାୟ ହୋଇନାହିଁ। ସଂପୃକ୍ତ ହାଇୱାଗୁଡିକରେ ବେଆଇନ ଭାବେ କାରଖାନାର ବର୍ଜ୍ୟପାଉଁଶ ନେବା ସହିତ ଓଭରଲୋଡିଂ ମଧ୍ୟ ଥିବା ଜଣାପଡ଼ିଛି। ଏହି ବେଆଇନ ପାଉଁଶକୁ ରାତିଅଧରେ ରାଜପଥ ଦେଇ ରାସ୍ତାକଡ଼, ଧାନବିଲ, ନଦୀକୂଳ, ଜଙ୍ଗଲରେ ପକାଇ ଚାଲିଛନ୍ତି। ନୀତିନିୟମ ଓ ମାର୍ଗଦର୍ଶିକାକୁ ଉଲଂଘନ କରି ଏମାନେ ମନରଚ୍ଛା ଏଣେତେଣେ ପକାଇ ଚାଲିଛନ୍ତି।

 

Leave A Reply

Your email address will not be published.