ଓଡ଼ଗାଁ ଥାନାରେ ପରିଚୟ ଯାଞ୍ଚ ଘଟଣା, ଯାଞ୍ଚ ଖବର ପାଇ ଓଡ଼ଗାଁ ଓ ବାହାଡ଼ାଝୋଲାରୁ ପଶ୍ଚିମବଙ୍ଗ ଫେରିଲେ ୩୦ ଫେରିବାଲା,

0 2

ସାଂସଦ ମହୁଆ ମୋଇତ୍ରଙ୍କ ଟୁଇଟକୁ ନେଇ ଚର୍ଚ୍ଚା ଜୋର୍ ଧରିଲା

ଓଡ଼ଗାଁ,୪।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା‌ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପଶ୍ଚିମବଙ୍ଗରୁ ଆସି ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ରହୁଥିବା ୧୪ଜଣ ଅଜଣା ବେପାରୀଙ୍କ ପରିଚୟ ଯାଞ୍ଚ କାର୍ଯ୍ୟ ନିମନ୍ତେ ଓଡ଼ଗାଁ ପୋଲିସ ସେମାନଙ୍କୁ ଥାନାକୁ ଡାକିଥିଲେ। ଆବଶ୍ୟକ ପ୍ରମାଣ ପତ୍ର ସଂଗ୍ରହ କରିବାପରେ ବେପାରୀ ମାନେ ନିଜ ବସାକୁ ଫେରି ଯାଇଥିଲେ। ଏବଂ ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ଓଡ଼ଗାଁ ପୋଲିସ ଅଧିକାର ପରିସର ଭୁକ୍ତ ହୋଇନଥିବାରୁ, ସେଗୁଡ଼ିକୁ ଯାଞ୍ଚ୍ କରିବା ନିମନ୍ତେ ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ। ତେବେ ପରଦିନ ଓଡ଼ଗାଁରେ ରହୁଥିବା ୧୪ ଜଣ ପଶ୍ଚିମ ବଙ୍ଗ ଫେରିବାଲା ଭୟ କିମ୍ବା ଅନ୍ୟ କୌଣସି କାରଣରୁ ପଶ୍ଚିମବଙ୍ଗ ଫେରିଯାଇଥିବା ବେଳେ ଖବର ପାଇ ବାହାଡ଼ଝୋଲା ଫାଣ୍ଡି ବାହାଡ଼ଝୋଲାରେ ରହୁଥିବା ୧୬ ଜଣ ଫେରିବାଲା ମଧ୍ୟ ପଶ୍ଚିମ ବଙ୍ଗ ଫେରି ଯାଇଥିଲେ । ତେବେ ବାହାଡାଝୋଲାରେ ରହୁଥିବା ଫେରିବାଲାଙ୍କ ନାମରେ ପୋଲିସ କିମ୍ବା ସ୍ଥାନୀୟ ଲୋକଙ୍କ ତରଫରୁ କୌଣସି ଅଭିଯୋଗ ହୋଇନଥିବା ବେଳେ
ସେମାନେ ମଧ୍ୟ ଫେରିଯିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା ।ହେଲେ ପଶ୍ଚିମବଙ୍ଗ ଟିଏମ୍ସି ସାଂସଦ ମହୁଆ ମୋଇତ୍ର ଟୁଇଟ୍ ମାଧ୍ୟମରେ ୪ ଜଣ ପଶ୍ଚିମ ବଙ୍ଗ ନାଗରିକଙ୍କୁ ଓଡ଼ିଶା ପୋଲିସ୍ ଭୟ ଦେଖାଇ ନିଜ ରାଜ୍ୟକୁ ଫେରିବାକୁ କହିଥିବା ନେଇ ଅଭିଯୋଗ କରିବା ସହିତ ଏପରି ନକରିବାକୁ ଓଡ଼ିଶା ପୋଲିସକୁ ସୂଚନା ଦେଇଥିବା ବେଳେ ୧୪ ଜଣକ ମଧ୍ୟରୁ କେବଳ ୪ ଜଣଙ୍କ ବିଷୟରେ ସାଂସଦ ପ୍ରଶ୍ନ ଉଠାଇଥିବାରୁ ଅନ୍ୟ ୧୦ ଜଣ କ’ଣ ପଶ୍ଚିମ ବଙ୍ଗର ନୁହନ୍ତି ବୋଲି ମହୁଆଙ୍କ ଉକ୍ତିକୁ ନେଇ ଓଡ଼ିଗାଁରେ ଚର୍ଚ୍ଚା ଯୋର ଧରିଛି । ସୂଚନା ଥାଉକି ଫେରିବାଲାଙ୍କ ପରିଚୟ ଯାଞ୍ଚ କରିବା ପାଇଁ କେବଳ ଅଭିଯୋଗ ହୋଇଥିଲା । ଯାଗା ଛାଡ଼ି ଯିବାପାଇଁ ନୁହେଁ । ହେଲେ ଯାଞ୍ଚ ପ୍ରକ୍ରିୟାରେ ସେମାନେ ଭାରତୀୟ ନାଗରିକ ବୋଲି ପ୍ରମାଣ ମିଳିଥିଲେ ଜାଗା ଛାଡି ଯିବାର କୌଣସି ପ୍ରଶ୍ନ ଉଠୁନଥିଲା । ଯଦି ସେମାନେ ଭାରତର ନାଗରିକ ନୁହଁନ୍ତି, ତେବେ ସେମାନେ ତାଙ୍କ ନିଜ ସ୍ଥାନକୁ ଫେରିଯିବା ଉଚିତ୍ ବୋଲି ଅଭିଯୋଗକାରୀ ମାନଙ୍କ ଏହି ପ୍ରୟାସ ରହିଥିଲା । ଅଭିଯୋଗ ମିଳିଲେ ଅଭିଯୋଗ ଅନୁସାରେ ଆମେ ତଦନ୍ତ କରିବୁ। ତଦନ୍ତରେ ଆମେ ସମସ୍ତଙ୍କର ସହଯୋଗ ଲୋଡିଥାଉ । ଆଇନର ସୀମା ଭିତରରେ ରହି ଆମ୍ଭେ କାର୍ଯ୍ୟ କରିଛୁ ବୋଲି ଓଡ଼ଗାଁ ପୋଲିସ ତରଫରୁ କୁହାଯାଇଛି ।

Leave A Reply

Your email address will not be published.