ବିଜେପୁର :- ସମ୍ବଲପୁର, ନୂଆପଡା ଭାୟା ବିଜେପୁର ଆସୁଥିବା ସରକାରୀ AC ବସ୍ରେ ଆଜି ସନ୍ଧ୍ୟା ପାଖାପାଖି 5ଟାରୁ 5:30 ମଧ୍ୟରେ ବଲଣ୍ଡା ନିକଟରେ ହଠାତ୍ ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ବସ୍ର ଡ୍ୟାସ୍ ବୋର୍ଡ ଭାଗରୁ ଧୁଆଁ ବାହାରିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ବସ୍ ଭିତରୁ ତୁରନ୍ତ ବାହାରି ଆସିଥିଲେ ଘଟଣା ସମୟରେ ବସ୍ରେ ଥିବା ଯାତ୍ରୀମାନେ ସଚେତନତା ଓ ଚାଳକ-ଚାଳକଙ୍କ ସହଯୋଗରେ ସମୟରେ ବସ୍ ଛାଡି ସୁରକ୍ଷିତ ହୋଇପାରିଛନ୍ତି। ସଭାଗ୍ୟବଶତଃ କୌଣସି ପ୍ରାଣହାନି କ୍ଷୟକ୍ଷତି ହୋଇନାହିଁ, କିନ୍ତୁ ବସ୍ର ସାମ୍ନା ଭାଗରେ ଅଗ୍ନିର ପ୍ରଭାବ ପଡ଼ିଥିବା ସୂଚନା ମିଳିଛି।
ସୂଚନା ପାଇ ବିଜେପୁର ଦମକଳ ବାହିନୀ ଅଶ୍ବିନୀ ସାହୁ, ମଳୟ ପ୍ରସାଦ ସାହୁ, କମଲ ସ୍ୱାଇ, ସତ୍ୟଜିତ ମହାଳିଙ୍ଗ, ହେମନ୍ତ କୁମାର ପଧାନ, ଆମର୍ଜିତ ଡୁମଡୁମ ସତ୍ୱର ଘଟଣାସ୍ଥଳକୁ ପହଁଚି ବସ୍ ଭିତରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣରେ ନେଇଛନ୍ତି। ବସ୍କୁ ଅଗ୍ନିକାଣ୍ଡର ସଠିକ କାରଣ ଖୋଜିବା ପାଇଁ ଅନୁସନ୍ଧାନ ଚାଲିଛି।
Sign in
Sign in
Recover your password.
A password will be e-mailed to you.