ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗୋଷ୍ଠୀ ଶିକ୍ଷାଧିକାରୀ ଭଞ୍ଜନଗର ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ମହା ସମାରୋହ ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ପୁଲିଆମା ମୁଖ୍ୟ ଅତିଥି ରୁପେ ଯୋଗଦାନ କରିବା ସହିତ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ, ସହ ଗୋଷ୍ଠୀ ଶିକ୍ଷାଧିକାରୀ (ବି.ଆର୍.ସି.ସି) ସୂର୍ଯ୍ୟ ନାୟକ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଚରଣ ବେହେରା, ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଜେନ୍ଦ୍ର କୁମାର ସେଠୀ ଙ୍କ ସମେତ ସମସ୍ତ ସି ଆର୍ ସି ସି , ଶିକ୍ଷକ ଓ କାର୍ଯ୍ୟାଳୟ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ରୁ ଶତାଧିକ ଦିବ୍ୟାଗଂ ଛାତ୍ରଛାତ୍ରୀ ଓ ସେମାନଙ୍କ ସହିତ ଆସିଥିବା ଅନେକ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଆରମ୍ଭ ରେ ସକାଳୁ ସକାଳୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଦ୍ଵାରା ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା। ପରେ ପରେ ସମସ୍ତ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୂଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭିନ୍ନକ୍ଷମ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ୍ କରିବା ନିମନ୍ତେ ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ। ଦୃଢ଼ ମନୋବଳ ଓ ଅଦମ୍ୟ ଚେଷ୍ଟା ରହିଲେ ସମସ୍ତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଉପସ୍ଥିତ ସମସ୍ତ ପିଲାମାନଙ୍କୁ ଓ ଅଭିଭାବକଙ୍କୁ ଉପଦେଶ ଦେଇଥିଲେ।ଭିନ୍ନକ୍ଷମ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ସମସ୍ତ ଅଂଶଗ୍ରହଣକାରୀ ଏବଂ ସମର୍ଥକମାନଙ୍କୁ ଅଧିକ ଅନ୍ତର୍ଭୂକ୍ତ କରିବା ତଥା ସୁବିଧାଜନକ ପରିବେଶ ସୃଷ୍ଟି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ସରକାର ଙ୍କ ତରଫରୁ ନିଆଯାଇଛି ଓ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଯତ୍ନବାନ ହେବାପାଇଁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ଉପଦେଶ ଦେଇଥିଲେ। ଭିନ୍ନକ୍ଷମ ପିଲାମାନଙ୍କୁ ଭଗବାନ ଙ୍କ ଆଶୀର୍ବାଦ ବୋଲି କହିଥିଲେ। ସେମାନଙ୍କର ଉପଯୁକ୍ତ ଯତ୍ନ ନେଇ ସମାଜ ର ମୁଖ୍ୟସ୍ରୋତ ରେ ସାମିଲ୍ କରିବାର ପ୍ରୟାସ କରୁଥିବା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ସଭାରେ ଗୋଷ୍ଠି ଶିକ୍ଷାଧିକାରୀଣି ଶ୍ରୀମତୀ ରଥ ଦିବ୍ୟାଙ୍ଗ ମାନଙ୍କର ଦିବ୍ୟ ଅଙ୍ଗ କୁ ସଠିକ୍ ମାର୍ଗ ଦର୍ଶନ ମିଳିଲେ ସେମାନେ ମଧ୍ୟ ଅନ୍ୟ ମାନଙ୍କ ପରି ପ୍ରତିଷ୍ଠିତ ହୋଇପାରିବେ ବୋଲି କହିଥିଲେ।ଭିନ୍ନକ୍ଷମଙ୍କ ଅନ୍ତର୍ଭୁକ୍ତି, ଅଭିଗମ୍ୟତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ହିଁ ଏହି ଦିବସ ର ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଏବଂ ଆଜିକାଲି ଦିବ୍ୟାଗଂ ଛାତ୍ରଛାତ୍ରୀ କୈ।ଣସି ଗୁଣରେ କମ୍ ନୁହନ୍ତି। ସେମାନେ ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ମନୋବଳ ଓ ସରକାର ଙ୍କ ବିଭିନ୍ନ ଯୋଜନା ସାହାଯ୍ୟରେ ସଵୁକ୍ଷେତ୍ରରେ କୃତକାର୍ଯ୍ୟ ହୋଇପାରୁଛନ୍ତି ବୋଲି ଶ୍ରୀମତି ରଥ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଯେପରିକି ବିଶ୍ଵ ଅଲମ୍ପିକ୍ସ ମଧ୍ୟ ଦିବ୍ୟାଗଂ ମାନେ ଆଜି ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କରିପାରିଛନ୍ତି। ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ମଧ୍ୟ କରାଯାଇଥିଲା। ଶେଷରେ ମୁଖ୍ୟ ଅତିଥି ଓ ସମସ୍ତ ସମ୍ମାନିତ ଅତିଥି ଓ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଉପସ୍ଥିତି ରେ ,ସମଗ୍ର ଶିକ୍ଷା, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଗଞ୍ଜାମ୍ ଛତ୍ରପୁର ତରଫରୁ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୨୫ ଅବସରରେ “ପ୍ରୟାସ” ନାମକ ପତ୍ରିକା (ଚତୁର୍ଦ୍ଦଶ ସଂସ୍କରଣ) ର ଶୁଭ ଉନ୍ମୋଚନ କରାଯାଇଥିଲା। ଯାହାକି ଭିନ୍ନକ୍ଷମ ଶିକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ,ଓ ଅନ୍ତର୍ନିବେଶ ଶିକ୍ଷା ନିମନ୍ତେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସାଧନ କର୍ମୀ ଓ ଅନ୍ତର୍ନିବେଶ ଶିକ୍ଷା ସ୍ବେଛାସେବୀ ମାନଙ୍କ ନିମନ୍ତେ ନିଶ୍ଚିତ ଭାବେ ଉପାଦେୟତା ହେବ। ପ୍ରାପ୍ତ ସୁଚନା ମୁତାବକ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ପାଳନ ହୋଇଥିବା ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳନ କାର୍ଯ୍ୟକ୍ରମ ରେ ସମସ୍ତ ଦିବ୍ୟାଗଂ ଛାତ୍ରଛାତ୍ରୀ ମାନଙ୍କୁ ସଂପୂର୍ଣ୍ଣ ରୂପେ ପରିଚାଳନା କରିଥିଲେ (ବି.ଆର୍.ଟି/ ବେସିକ୍ ରିହାବିଲଟେସନ୍ ଟ୍ରେନିଂ ଇନ୍ ଡିଜାବିଲେଟି ରିଲେଟେଡ୍ ) ଚିନ୍ମୟ କୁମାର ଦାସ ଓ ଅନୀଲ୍ କୁମାର ମୁଦୁଲି।
Sign in
Sign in
Recover your password.
A password will be e-mailed to you.