ଦିବ୍ୟାଙ୍ଗଙ୍କୁ ସୁରକ୍ଷା, ସମ୍ମାନ ମିଳିବା ଆବଶ୍ୟକ

0 2

ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଦିବସ ପାଳିତ

ରାଜଗାଙ୍ଗପୁର .03-12-25.(ବିଷୁ ଭୋମିକ): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ହୋପ୍ ସ୍କୁଲ ପରିସରରେ ବୁଧବାର ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ ମୁଖ୍ୟ ଅତିଥ୍, ରାଜଗାଙ୍ଗପୁର ପୌରପରିଷଦ ଉପାଧ୍ଯକ୍ଷ ମହମ୍ମଦ ଇର୍‌ଫାନ ସମ୍ମାନିତ ଅତିଥ୍ ଓ ୱାର୍ଡ ନମ୍ବର ୧୪ର କାଉନ୍‌ସିଲର ସୁସ୍ମିତା ତିରୁ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥ୍ ଭୋଇ ତାଙ୍କ ଉଦ୍‌ବୋଧନରେ କହିଥିଲେ, ଦିବ୍ୟାଙ୍ଗମାନେ ସମାଜର ଅବିଭକ୍ତ ଅଂଶ। ସେମାନଙ୍କୁ ସୁରକ୍ଷା, ସମ୍ମାନ ଓ ସମାନ ସୁଯୋଗ ମିଳିବା ଆବଶ୍ୟକ। ମହମ୍ମଦ ଇର୍‌ଫାନ ହୋପ୍‌ ସ୍କୁଲର ସାମାଜିକ ସେବାକାର୍ଯ୍ୟକୁ ପ୍ରଶଂସା କରି ସମସ୍ତ ପ୍ରକାର ସହଯୋଗର ଆଶ୍ୱାସନା ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ

ହୋପ୍ ସଂସ୍ଥ ସଂସ୍ଥାର ପଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନକରି ସଂସ୍ଥାର ଉଦ୍ଦେଶ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ଡା. ସରୋଜିନୀ ସାହୁ, ଡା. ପବିତ୍ର ସାହୁ, ବିରଞ୍ଚ୍ ପଟେଲ, ଆଶିଷ ଶତପଥୀ, ସରବ୍‌ଜିତ୍ କୌର, ନବୀନ ଛୋଟରାୟ ଓ ଜୋସେଫ୍ ଚେରିଆନ ଲକ୍ଷ୍ମୀଧର ରହିଥିଲେ। ହୋପ୍ ସଂସ୍ଥାର ସାଧାରଣ ସମ୍ପାଦକ ଓ କାର୍ଯ୍ୟକ୍ରମ ସଂଯୋଜକ

ଆଶୀର୍ବାଦ ସାମଲ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ହୋପ୍ ସ୍କୁଲର ଛାତ୍ରୀଛାତ୍ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ କଲ୍ୟାଣୀ ପୃଷେଠ୍, ଲକ୍ଷ୍ମୀ ସେଠ୍, ଦୀପ୍ତି ଡୁଙ୍ଗ‌ଡୁଙ୍ଗ, ନେତ୍ରିକା ମାସନ୍ତା, ମଞ୍ଜୁଲା କେର୍କେଟା, ପ୍ରକାଶ ନିଖଣ୍ଡିଆ ଓ ଫୁଲକୁମାରୀ ଲାକ୍ରା ପ୍ରମୁଖ ସହଯୋଗ କରିଥିଲେ। ସୁଜାତା ଦାଶ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.