କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ପରିଷଦ କେନ୍ଦ୍ରାପଡ଼ାଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ | ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ,ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ଼,କେନ୍ଦ୍ରାପଡ଼ା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ,ଡେପୁଟି କଲେକ୍ଟର ତୃପ୍ତି ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଅଭିଯୋଗ ଶୁଣାଣିରେ ମୋଟ ୨୦୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୧୮୪ ଟି ବ୍ୟକ୍ତିଗତ ଏବଂ ୨୨ ଟି ସାମୂହିକ ଅଭିଯୋଗ ରହିଥିଲା | ସେହିପରି ୬୩ ହଜାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ କରିଛନ୍ତି | ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ପଦକ୍ଷେପ ଗ୍ରହଣ କରବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ପ୍ରକାଶଥାଉ କି ଡିସେମ୍ବର ମାସର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ସୋମବାର ଅର୍ଥାତ ୮ ତାରିଖ ଦିନ ମହାକାଳପଡ଼ା ବ୍ଲକ, ୧୫ ତାରିଖରେ ଡେରାବିଶ ବ୍ଲକ, ୨୨ ଡିସେମ୍ବରରେ ଗରଦପୁର ବ୍ଲକ ଏବଂ ୨୯ ତାରିଖରେ ରାଜନଗର ବ୍ଲକ କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ |
Sign in
Sign in
Recover your password.
A password will be e-mailed to you.
Next Post