ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ର ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁଵର୍ଣପୁର ଗ୍ରାମ । ଗ୍ରାମ ରେ ବାସ କରନ୍ତି ୩୦ ରୁ ଉର୍ଦ୍ଧ୍ବ ପରିବାରର ୧୫୦ ରୁ ଅଧିକ ଜନସାଧାରଣ। ସରକାର ପରେ ସରକାର ବଦଳିଛି କିନ୍ତୁ ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଏହି ଗାଁ ଟିରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି ପାରିନଥିଲା। ବିଦ୍ୟୁତ ସେବା ନଥିବାରୁ ଏଠି ଲୋକେ ସନ୍ଧ୍ୟା ହେଲେ ନିଜ ନିଜ ଘରେ କବାଟ କିଳି ରହିଥିବା ବେଳେ ପ୍ରାୟ ତିରିଶି ଜଣ ଛାତ୍ର ଛାତ୍ରୀ ନିକଟସ୍ଥ ସିଙ୍ଗିପୁର ଗାଁ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯାଉଛନ୍ତି । ଗାଁ ର ଏହି ସମସ୍ୟା ସମ୍ପର୍କରେ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରି ଥକି ଯାଇଥିଲେ ଲୋକେ । ଗ୍ରାମର ଏହି ଅସୁବିଧା ସମ୍ପର୍କରେ ଲୋକେ ଧରାକୋଟ ବ୍ଲକ ରେ ହୋଇଥିବା ଯୁଗ୍ମ ଓ ମିଳିତ ଜନ ଶୁଣାଣି ରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବା ରୁ ଧରାକୋଟ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟିକୁ ଏହା ଆଣିବା ପରେ ଏହି ସମ୍ପର୍କୀୟ ଖବର ଗଣମାଧ୍ୟମ ରେ ପ୍ରସାରଣ ହୋଇଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ବୈଠକରେ ଭଞ୍ଜନଗର ଉପଖଣ୍ଡର ଏହି ସୁବର୍ଣ୍ଣପୁର ଗାଁ ରେ ବିଜୁଳି ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶନିବାର ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଓ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ଉପସ୍ଥିତିରେ ସୁବର୍ଣ୍ଣପୁର ଗ୍ରାମକୁ ବିଜୁଳି ସଂଯୋଗ ହୋଇଛି । ୨୮ ବର୍ଷ ପରେ ଗାଁରେ ଆଲୁଅ ଜଳିବାକୁ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଖୁସି ସଂଞ୍ଚାର ହେବାସହ ଲୋକେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଗଦ୍ ଗଦ୍ ସ୍ଵରରେ ଧନ୍ୟବାଦ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.