ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଗତ ସପ୍ତାହରେ ଦେପୁର ଜୋନ କଂଗ୍ରେସ ସଭାପତି ଦେବାନନ୍ଦ ଯୋଶୀ ଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେବା ସହିତ ସଭାପତି ଙ୍କ ମାଧ୍ୟମରେ ସଦର ବିଧାୟକ ସାଗର ଚରଣ ଦାସ ଙ୍କୁ ମଧ୍ୟ ହତ୍ୟା ଧମକ ଘଟଣା ସାରା ଜିଲ୍ଲାରେ ଚହଳ ପକାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ଧମକ ଦେଇ ଥିବା ଦୁର୍ବୃତ୍ତ ମାନଙ୍କୁ ଧରିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରି ମଙ୍ଗଳ ବାର ଦିନ ସଦର କଂଗ୍ରେସ ପକ୍ଷରୁ ସଦର ବ୍ଲକ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ ଙ୍କ ଆହ୍ଵାନ କ୍ରମେ ଅଞ୍ଚଳର ପୁରୁଖା କଂଗ୍ରେସ କର୍ମୀ ଉପସ୍ଥିତିରେ କର୍ଲାପଡା ପୋଲିସ ଫାଣ୍ଡି ପାଖରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇ ଘଟଣାକୁ ତୀବ୍ର ନିନ୍ଦା କରାଯାଇ ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତ ଙ୍କୁ ଯଥା ଶୀଘ୍ର ଗିରଫ ଦାବି କରାଯାଇ ଥିଲା।ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାନଗଲେ ଆଗାମୀ ଦିନରେ କଂଗ୍ରେସ ଦଳ ପକ୍ଷରୁ ବହୁତ ବଡ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ କଂଗ୍ରେସ ନେତା ମାନେ ହୁଙ୍କାର ଭରିଥିଲେ। ଉକ୍ତ ପ୍ରତିବାଦ ସଭା ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଜଳନ୍ଧର ନାଏକ,ପୂର୍ବତନ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ,,ଜିଲ୍ଲା ୟୁଥ୍ ସଭାପତି ସାହେବ ବାବୁ, , ସୁଧାଂଶୁ ପ୍ରଧାନ,ଚୂଡ଼ାମଣି ବାଗ,କେଦାର ନାଥ ସାହୁ,ହରେକୃଷ୍ଣ ନାଏକ,ଲବ ମଙ୍ଗରାଜ,ଗନ୍ଦ୍ରବ ବାଗ,ଗଣେଶ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜିଲ୍ଲା ଏସ ପି ଙ୍କୁ ସଦରଥାନା ଅଧିକାରୀ ଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.