ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- କନସିଂହା ସତ୍ୟସେବା ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ଗୋବର୍ଦ୍ଧନ ମିଶ୍ର ଙ୍କୁ ବିଦ୍ୟାଳୟ ର ପୁରାତନ ଓ ନୂତନ ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ବାଜା, ବାଣ, ନୃତ୍ୟ ସହିତ ଗ୍ରାମପରିକ୍ରମା କରି ପାଦ ଧୋଇ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା l ଏହାପରେ ଛାତ୍ର ଛାତ୍ରୀ ମାନେ ପ୍ରିୟ ଗୁରୁଙ୍କୁ ପଦ୍ମପୁର ସ୍ଥିତ ବାସଭବନ କୁ ପାଛୋଟି ନେଇଥିଲେ l କାର୍ଯ୍ୟକ୍ରମ ରେ ରତ୍ନାକର ଶତପଥି, ଯାଦବ ସିଂ ବରିହା, ଉପିନ୍ ବାରିକ, ସଞ୍ଜୀବ ବାରିକ, ବିଭୁତି ବରିହା, ବୃନ୍ଦାବନ ଦାଶ, ସୁଶାନ୍ତ ବଢ଼େଇ, କେଦାର ଧରୁଆ, ଦୀପକ ସିଂ ବରିହା, ଶିଶିର ମିଶ୍ର, ପ୍ରସାଦ ସାହୁ, ନିରଞ୍ଜନ ଦାଶ, ଅଶୋକ ସେଠ, ଅଶ୍ୱିନୀ ଧରୁଆ ସମେତ ପୁରାତନ ଛାତ୍ର ଛାତ୍ରୀ ସାମିଲ ଥିଲେ l
Sign in
Sign in
Recover your password.
A password will be e-mailed to you.