ମଧ୍ୟରାତ୍ରୀରେ ଦଳିତ ମହିଳାଙ୍କୁ ସରପଞ୍ଚଙ୍କ ଅସଦାଚରଣ ଅଭିଯୋଗ;

0 2

 ୩ ଦିନ ପରେ ବି ବଳଙ୍ଗା ପୋଲିସ ନିରବତା କୁ ନେଇ ଦଳିତ ଦମ୍ପତି ଏସ୍ପିଙ୍କୁ ଗୁହାରି

ପୁରୀ, : ରାତି ଅଧ ରେ ମହିଳାଙ୍କୁ ଅସଦାଚରଣ । ସ୍ଵାମୀ ନଥିବାର ସୁଯୋଗ ନେଇ ସରପଞ୍ଚଙ୍କ ଜଣେ ଦଳିତ ମହିଳାଙ୍କୁ ଅସଦାଚରଣ, ଗାଳିଗୁଲଜ କରିବା ସହ ବେକ ଚିପି ମାରିବାକୁ ଉଦ୍ୟମ କରିବା ଘଟଣା ଏବେ ପୁରୀ ଜିଲ୍ଲା ବଲଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ବଳଙ୍ଗା ଥାନା ଅନ୍ତର୍ଗତ ଉଗ୍ରେଶ୍ୱର ଦେଉଳି ଗ୍ରାମର ଜଣେ ଦଳିତ ମହିଳା ଉପରେ ସ୍ଥାନୀୟ ସରପଞ୍ଚ ଟୁଲା ଭାଇନାଙ୍କ ଅତ୍ୟାଚାର ଓ ଜୀବନରେ ମାରିଦାବର ଧମକର ଅଭିଯୋଗ ହୋଇଛି। ଘଟଣାସମ୍ବନ୍ଧୀୟ ଲିଖିତ ଅଭିଯୋଗକୁ ୩ ଦିନ ବିତିଯାଇଥିଲେ ମଧ୍ୟ ବଳଙ୍ଗା ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନାହିଁ ବୋଲି ପୀଡ଼ିତା ପରିବାର ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସୋମବାର ଏସପି ଅଫିସରେ ନ୍ୟାୟ ପାଇଁ ଧାରଣା ରେ ବସିଛନ୍ତି ପୀଡ଼ିତା ଓ ପରିବାର ।

ପୀଡ଼ିତା ଶୈଳବାଳା ବେହେରା (୪୯)ଙ୍କ କହିବା ଅନୁସାରେ, ୨୯ ତାରିଖ ରାତି ପ୍ରାୟ ୩ଟା ବେଳେ ସରପଞ୍ଚ ଟୁଲା ଶୈଳବାଳା ଙ୍କ ଦୋକାନ କବାଟ ବାଡେଇ ଥିଲେ । ସ୍ଵାମୀ ନଥିବାରୁ ଏକାକୀ ପୁଅ ସହ ଦୋକାନରେ ସୋଇଥିବା ଶୈଳବାଳା ସରପଞ୍ଚ ଦକୁଥିବା ଜାଣି ଦୋକାନ ଖୋଲିବାକୁ ଯିବାରେ ସରପଞ୍ଚ ଦୋକାନ ଘରଭିତରକୁ ପଶି ଭୁଜାଲି ଦେଖାଇ ଧମକ ଦେଇଥିଲେ। ସ୍ବାମୀଙ୍କୁ ନିଜ ମାମଲାରେ ମୁଣ୍ଡ ନ ପୁରେଇବାକୁ କହିବା ସହ ଅଶ୍ଳୀଳ ଗାଳି, ଚାପୁଡା, ଚୁଟି ଟଣାଓଟରା କରିଥିଲେ । ମହିଳା ଡାକ ପକାଇବାରୁ ସରପଞ୍ଚ ତାଙ୍କ ଗଳା ଚିପି ମାରିଦେବା ପ୍ରୟାସ କରିଥିବା ଅଭିଯୋଗ ମଧ୍ୟ କରିଛନ୍ତି ଶୈଳବାଳା । ଚେତା ହରାଇ ପଡ଼ିବା ପରେ ସରପଞ୍ଚ ଘଟଣାସ୍ଥଳରୁ ପଳାଇଥିଲେ ବୋଲି ଶୈଳବାଳା କହିଛନ୍ତି ।

ସ୍ଥାନୀୟ ଲୋକ ଙ୍କ ସହାୟତା ରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ପୀଡ଼ିତା । ଏ ନେଇ ବାଳଙ୍ଗା ଥାନା ରେ ଅଭିଯୋଗ କରିଥିବା କହିଛନ୍ତି ଶୈଳବାଳା । ହେଲେ ଅଭିଯୁକ୍ତ ସରପଞ୍ଚ ବିଜେପି ପାର୍ଟିର ହୋଇଥିବାରୁ ଘଟଣାର ତିନି ଦିନ ପରେ ବି ପୋଲିସ ନିଷ୍କ୍ରିୟତା କୁ ନେଇ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି। ଦଳିତ ମହିଳା ଏବେ ନ୍ୟାୟ ଦାବି ରେ ସୋମବାର ସକାଳୁ ଏସପି ଅଫିସ ରେ ଧାରଣା ରେ ବସିଛନ୍ତି । ରିପୋର୍ଟ ଲେଖା ହେବା ବେଳ କୁ ସନ୍ଧ୍ୟା ସୁଦ୍ଧା କାର୍ଯ ବ୍ୟସ୍ତତା ଯୋଗୁ ଏସପି ଙ୍କ ସହ ପୀଡ଼ିତା ଙ୍କ ଦେଖା ହୋଇ ନଥିବା ଜଣା ପଡ଼ିଛି

Leave A Reply

Your email address will not be published.