ଜଗତସିଂହପୁର,ତା-୦୧.୧୨.୨୦୨୫/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚର୍ମରୋଗ ବିଭାଗର ଡାକ୍ତର ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଡ୍ସ ରୋଗ ବିଷୟରେ ଲୋକମାନଙ୍କୁ ସଚେତନ କରିବା ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ଆଶ୍ରମ ପାଟଣା ସ୍ଥିତ ବିଜୁ ପଟ୍ଟନାୟକ କଲେଜ ପରିସରରୁ ବାହାରି ଗାଁ ପରିକ୍ରମା କରିଥିଲା।ଏହି ଅବସରରେ ସକାଳୁ ଯୋଗ ଶିବିର ଆୟୋଜନ କରାଯାଇଥିଲା।ପରେ ବିଜୁପଟ୍ଟନାୟକ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କୋଅର୍ଡିନେଟର ଗୋପାଳକୃଷ୍ଣ ମିଶ୍ର ଯୋଗ ଦେଇଥିଲେ।କଲେଜର ଅଧ୍ୟକ୍ଷ ଡ଼ଃ ପ୍ରଦୀପ୍ତ କୁମାର ଦାସ, ଜିଲ୍ଲା କୋଅର୍ଡିନେଟର କଲ୍ୟାଣୀ ପଣ୍ଡା ,ତ୍ରିଲୋଚନ ସାହୁ,ରାଇଚରଣ ତ୍ରିପାଠୀ,ପ୍ରତାପ ଚନ୍ଦ୍ର ରାଉତରାୟ,ବିଜୟ ଲକ୍ଷ୍ମୀ ସାମଲ,ସନ୍ଦୀପ ନନ୍ଦ,କୀର୍ତ୍ତି ସାହୁ,ସଚଳା ମହାନ୍ତି,ଓମ୍ ପ୍ରକାଶ ମହାନ୍ତି,ଯୋଗଦେଇ ଏଡ଼ସ ବିଷୟରେ ଲୋକ ମାନଙ୍କୁ କାରଣ ନିରାକରଣ ବିଷୟରେ ସଚେତନ କରାଇବା,ସମାଜରେ ସେମାନଙ୍କୁ ସମାନ ଅଧିକାର ସହିତ ବଞ୍ଚିବା ପାଇଁ ସଚେତନ କରିବା, ସହିତ ଏଡ଼ସ ରୋଗରୁ ଦୂରେଇ ରହିବା ପାଇଁ ଏଡ଼ସ ବିଭାଗର କର୍ମଚାରୀ ମାନଙ୍କ ଠାରୁ ପରାମର୍ଶ ଗ୍ରହଣ କରିବା ଆଦି ବିଷୟରେ ସଚେତନତା ବାର୍ତ୍ତା ଦିଆ ଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ମହିମା ନର୍ସିଂ କଲେଜ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା,ବିଭାଗୀୟ ସ୍ବାସ୍ଥ୍ୟ ଅଧିକାରୀ ,ଡାକ୍ତର , ସ୍ଵାସ୍ଥ୍ୟ କର୍ମୀ ମାନେ ଯୋଗ ଦେଇଥିଲେ।ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ପରିସରରେ ସମସ୍ତ ମେଡିକାଲ ଅଫିସର,ପାରାମେଡିକାଲ କର୍ମକର୍ତ୍ତା ,ଆଶା,ଅଙ୍ଗନୱାଡ଼ି ଏବଂ ଶୋୟଂ ସହାୟକ ଗୋଷ୍ଟିର୍ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡା ରାଜେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ମେଡିକାଲ ଅଫିସର ଡାକ୍ତର ରଞ୍ଜନ ପଟ୍ଟନାୟକ HIV/AIDS ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ HIV/AIDS ର ଭୟାବହତା ,ଚିକିତ୍ସା ଏବଂ ପ୍ରାକ୍ ଲକ୍ଷଣ ଓ ଏହାର ନିରାକରଣ ଉପରେ ଆଲୋଚନା କରିଥିଲେ।ADMO (fw) ଡାକ୍ତର ପ୍ରମୋଦ କୁମାର ବାରିକ VHND ସ୍ତରରୁ କିପରି ଚିହ୍ନଟ କରାଯାଇ ପାରିବ ତାଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।ADPHO (TB) ଡାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ HIV/AIDS ଜିଲାସ୍ତର ର ସମସ୍ତ HIV ସଂକ୍ରମିତ ଗର୍ଭବତୀ ମହିଳା କିପରି ସୁଚାରୁରୂପେ ପ୍ରସବ ହୋଇପାରୁଛି ତା ଉପରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ICTC ର ପରାମର୍ଶ ଦାତ୍ରି ବିଜୟଲକ୍ଷ୍ମୀ ସାମଲ ଧନ୍ୟବାଦ୍ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ICTC ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ADPHCO ସୁବ୍ରତ ମହାପାତ୍ର,ପରାମର୍ଶଦାତା ନଳିନୀ କାନ୍ତ ଖୁଣ୍ଟିଆ,ଲ୍ୟାବ ଟେକ୍ନିଶିଆନ ସନ୍ଦୀପ ସ୍ୱରୂପ ନନ୍ଦ,ଡେପୁଟି ମ୍ୟାନେଜର (RCH) ସନ୍ଧ୍ୟାରାଣି ପଣ୍ଡା,(MNCD) ସୁଜାତା କବି, ଏମ ଡି ୱାକରଅଲି,ସୁଶିଲ ସ୍ଵାଇଁ,(DPC,TB) ବିପିନ ବିହାରୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.