ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଠାରେ ଜିଲ୍ଲା ସ୍ତରରେ ପାଳିତ ହେଲା ବିଶ୍ଵ ଏଡ଼ସ ଦିବସ।

0 2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଠାରେ ଜିଲ୍ଲା ସ୍ତରରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଠାରୁ ଏଡ଼ସ ରୋଗର କାରଣ, ପ୍ରତିଷେଧକ ଓ ନିରାକରଣ ସମ୍ବନ୍ଧୀୟ ସ୍ଲୋଗାନ ପରିବେଷଣ ମାଧ୍ୟମରେ ସଚେତନତା ଶୋଭାଯାତ୍ରା ବା ରାଲୀ ବାହାରି କସ୍ତୁରୀ ଲଜ୍ ବା ଫକୀର ମୋହନ ପଟ୍ଟନାୟକ ଛକ, ସୋନପୁର ବସ ଷ୍ଟାଣ୍ଡ, ଦେଇ ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଠାରେ ପହଞ୍ଚିଥିଲା। ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଭିନ୍ନ ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ସମୟରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଉଷାରାଣୀ ଦାଶ ଙ୍କ ସମେତ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବୃନ୍ଦ ଓ କର୍ମଚାରୀ ବୃନ୍ଦ ଉପସ୍ଥିତି ରହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସଚେତନତା ଶୋଭାଯାତ୍ରା ଶେଷ ହେବାପରେ ଏଡ଼ସ ରୋଗ ର କାରଣ, ପ୍ରତିଷେଧକ ଓ ନିରାକରଣ ସମ୍ବନ୍ଧୀୟ ସଚେତନତା ସଭା ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା। ସଚେତନତା ସଭାରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ଓ ଅନ୍ୟ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀମାନଙ୍କୁ ଅବଗତ ଓ ସଚେତନ କରାଇଥିଲେ। ବିଶ୍ଵ ଏଡ଼ସ ଦିବସ ପାଳନ ଅବସରରେ ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରେ ଡାକ୍ତର ମାନଙ୍କ ସହିତ ଅନେକ ସରକାରୀ କର୍ମଚାରୀ ଓ ଜନସାଧାରଣ ରକ୍ତଦାତା ରକ୍ତଦାନ କରିଥଲେ। ବିଶ୍ଵ ଏଡ଼ସ ଦିବସ ପାଳନ ଅବସରରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର, ଅର୍ଜୁନ ମାଝୀଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.