ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରୋଟାରି କ୍ଲବ ସଭାପତି ରଞ୍ଜିତ କୁମାର ବାରିକ,ଏନ୍ଏସି କାର୍ଯ୍ୟାଳୟ ମୁଖ୍ୟ କିରାଣୀ ଅଶ୍ୱିନୀ କୁମାର ନାୟକ, ବଣିକ ସଙ୍ଘ ସଭାପତି ସନତ କୁମାର ସୁବୁଦ୍ଧି, ବିପିଏମ ଦୁର୍ଗା ପ୍ରସାଦ ପଟ୍ଟନାୟକ, ପିଏଚଓ ମାନସୀ ଦାଶ, ସମାଜ ସେବୀ ଭି. ଦେବୀପ୍ରସାଦ ପାତ୍ର, ଅଙ୍ଗନବାଡି ସୁପରଭାଇଜର ବିଜୟଲଷ୍ମୀ ଗୌଡ଼, ଆଇଡିସିଟି ଇନଚାର୍ଜ ବିଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ I ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଅଦ୍ୟାବଧି ଗଞ୍ଜାମ ଜିଲ୍ଲା ଏଡ଼ସରେ ପ୍ରଥମରେ ହିଁ ରହିଛି । ତେଣୁ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ଜନ ସାଧାରଣ ସଚେତନ ହେବା ନିହାତି ଆବଶ୍ୟକ। ବିଭିନ୍ନ ଗ୍ରାମକୁ ଯାଇ ଜନ ସଚେତନତା କାର୍ଯ୍ୟକ୍ରମ କରି ସମସ୍ତଙ୍କୁ ସଚେତନ କରାଯାଉଛି। ତା ସହିତ ପରିବେଶ ସଫା ରଖିଲେ ଆମେ ଅନେକ ରୋଗରୁ ମୁକ୍ତି ପାଇ ପାରିବା ଓ ମେଡିକାଲ ଚତୁଃପାର୍ଶ୍ଵ ସଫା ରଖିଲେ ମଶା ଦାଉରୁ ବଞ୍ଚିପାରିବା ବୋଲି ଅତିଥି ମାନେ ମତ ଦେଇଥିଲେ। ଆଶା, ଅଙ୍ଗନବାଡି ଓ ଏଏନଏମ ଲୋକମାନଙ୍କୁ ମାନଙ୍କୁ ସଚେତନତା କରାଇବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ବୋଲି ସେମାନେ ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଆଶା କର୍ମୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.