ଘୁମୁସର ପୁରୁଣା ଐତିହ ଭଞ୍ଜରାଜ ବଂଶୀୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଭଙ୍ଗା ବିଗ୍ରହ ଦେଖି ସୁଭଦ୍ରା ବାଡଗ୍ରାହୀ ଆଶ୍ଚର୍ଯ୍ୟ

0 1

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଗଡ ପାଞ୍ଚସହ ବର୍ଷ ଘୁମୁସର ପୁରୁଣା ଐତିହ ଭଞ୍ଜ ରାଜ ବଂଶୀୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଗ୍ନ ହାତ ଦେଖି ବହୁତ ଦୁଖ କଲେ ପୁରୀ ଶ୍ରୀ ମନ୍ଦିର ମାଁ ସୁଭଦ୍ରାଙ୍କ ମୁଖ୍ୟ ବାଡଗ୍ରାହୀ “ରାମଦାସ ମହାପାତ୍ର” ଘୁମୁସର ବିଭିନ୍ନ ମନ୍ଦିର ପରିଦର୍ଶନ କରି କୁଲାଡ ମନ୍ଦିର ମାଳିନୀ ଘୁମୁସର ଗଡ ଓଡିଆ ଅସ୍ମିତା ଯାହା ପାଇଁ ଓଡିଆ ଆଜି ବଞ୍ଚିଛି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଭୂମି ଓ ସାଧନାକ୍ଷେତ୍ର ମାଁ ବାଗଦେବୀ ପୀଠ ଆଜି ଚରମ ଆବହେଳିତ I ଶାସନ ଓ ପ୍ରଶାସନ ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଭୁୟଂସି ପ୍ରଶଂସା କରିଛନ୍ତି ।ତାହା ସହିତ ବିଗ୍ରହଙ୍କ ନବକଳେବର ଯଥା ଶୀଘ୍ର କରାଯାଉ ନ ହେଲେ ଏ ଅଞ୍ଚଳ ଓ ରାଜ୍ୟ ପ୍ରତି ବିପଦ ମାଡି ଆସିବ ବୋଲି ସମସ୍ତ ଉପସ୍ଥିତ ମନ୍ଦିର କମିଟି ସହିତ ଆଲୋଚନା କରିଥିଲେ I ଉକ୍ତ ମନ୍ଦିର ପରିସରରେ ରହି ତତ୍କାଳିନ ଗଞ୍ଜାମ ଜିଲ୍ଲାପାଳ ବର୍ତ୍ତମାନ ପୁରୀ ଜିଲ୍ଲାପାଳ ଦିବ୍ୟଶଙ୍କର ପରିଡା, ଅତିରିକ୍ତ ତହସିଲଦାର, ରାଜସ୍ୱ ନିରିକ୍ଷକ ଓ ଦେବୋତ୍ତର କମିଶନର ସହିତ ଆଲୋଚନା କରିଥିବାର ଜଣାପଡିଛି I ସ୍ଥାନୀୟ ଜନସାଧାରଣ ଓ‌ ଉକ୍ତ ମନ୍ଦିର ସେବାୟତ ମାନଙ୍କ କହିବାନୁଯାୟୀ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଜଗନ୍ନାଥ ଦାରୁ ବ୍ରହ୍ମ ଙ୍କ ଏକ ହାତ ୨୦୧୨ ମସିହା ରୁ ଭଗ୍ନ ହୋଇଥିଲେ ମଧ୍ୟ ତାକୁ ଏଯାବତ୍ ସଂପୂର୍ଣ୍ଣ ରୁପେ ନିର୍ମାଣ କରାନଯାଇ ଉପଚାର କରି ରଖାଯାଇଛି। କାରଣ ସେତେବେଳେ ର ମନ୍ଦିର ର କିଛି ପୂଜକ ଓ ପ୍ରଶାସନିକ ଅଧିକାରୀ ପୁରି ରୁ କିଛି ମହାରଣା ମାନଙ୍କୁ ଆଣି ଯଥା ଶାସ୍ତ୍ରାନୁସାରେ ଓ ରିତି ନିତି ସୁଧ୍ୟ ପୁତ ଭାବରେ,ରୁଦ୍ଧ ଦ୍ଵାର ରେ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ, ମହାରଣା ମାନଙ୍କୁ, ଦାରୁ ବ୍ରହ୍ମ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କିଛି ଆଲୈ।କିକ ଘଟଣା ବ୍ୟତିବ୍ୟସ୍ତ କରିଥିବାରୁ କାମ ବନ୍ଦ୍ ରଖିଥିବା ଜଣାପଡିଥିଲା। କିନ୍ତୁ ଆଜି ଅନେକ ବର୍ଷ ପରେ ପୁଣି ସେ କାଳିଆର ଆଲୈ।କିକ ଘଟଣା। କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର କୁ ଆସିଥିବା ପୁରୀ ବାଡ଼ ଭାବଗ୍ରାହୀ ମହାପାତ୍ର ପ୍ରକାଶ କରିଛନ୍ତି ଯେ,ଏ ଅଞ୍ଚଳର କିଛି ଆଲୈ।କିକ ଶକ୍ତି ଅଛି, ଯେଉଁଠିକି ଆସିବାକୁ ବାଧ୍ୟ ହେଲି ବୋଲି ସେ ମତ ରଖିଥିଲେ I ଆଜିର ଏହି ସମୟରେ ସମାଜ ସେବି ପ୍ରକାଶ ଚନ୍ଦ୍ର ସାହୁ, ସମେତ ମନ୍ଦିର ପରିଚାଳନା କମିଟିର କିଛି ସଦସ୍ୟ ଶିବପ୍ରସଦ ସାହୁ,ସଞ୍ଜୟ ପ୍ରଧାନ,ବ୍ରହ୍ମାଦାସ, ଅବନୀପତି, ବିନାୟକ ନାୟକ ସହିତ ଉପସ୍ଥିତ ଥିଲେ ଓ ଉକ୍ତ ବିଷୟରେ ବିସ୍ତ୍ରୁତ ଆଲୋଚନା କରିଥିବାର ମଧ୍ୟ ଜଣାପଡିଛି I ସୂଚନା ଯୋଗ୍ୟ ଭଞ୍ଜରାଜ ବଂଶୀୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ଦଧିନଉତି ଉପରେ ଥିବା ଶ୍ରୀନିଳଚକ୍ର ମଧ୍ୟ ଭଗ୍ନ ଅବସ୍ଥାରେ ବଙ୍କା ଦେଖାଯାଉଛି ଓ ବର୍ଷା ଦିନ ଆସିଲେ ମନ୍ଦିର ଗର୍ଭ ଗୃହ ଉପର ଫାଟ ଦେଇ ବାହାରେ କମ୍ ମନ୍ଦିର ଭିତର ଗର୍ଭ ଗୃହରେ ଅଧିକ ବର୍ଷା ପାଣି ପଡେ। ତେଣୁ ସ୍ଥାନୀୟ ସେବାୟତ ଓ ଜନସାଧାରଣ ଙ୍କ ମତରେ ଏହା ଐତିହାସିକ ଓ ବହୁ ପୁରାତନ ହୋଇଥିବାରୁ ନିଶ୍ଚୟ ରେ ଉକ୍ତ ନିଳଚକ୍ର ଟି ଅଷ୍ଟଧାତୁ ନିର୍ମିତ ହୋଇଥିବ, ତେଣୁ ଲକ୍ଷ ଲକ୍ଷ ଓଡ଼ିଆ ଙ୍କ ଭକ୍ତି ଭାବା ବେଗକୁ ଆଧାର କରି ରାଜ୍ୟ ଦେବୋତ୍ତର ବିଭାଗ ଅଧୀନରେ ଥିବା ବିଭାଗୀୟ ଅଧିକାରୀ ମାନେ ଏହାକୁ ଶିଘ୍ର ଦୃଷ୍ଟି ନିକ୍ଷେପ କରନ୍ତୁ।

Leave A Reply

Your email address will not be published.