ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ଠାରେ ରାଜ୍ୟ ତଥା ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ମାୟାଧର ସାହୁ ଓ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଅନୁମୋଦନ କ୍ରମେ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ଦାସ ନେତୃତ୍ୱରେ ଗୋଷାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପରାମର୍ଶଦାତା ମାନଙ୍କୁ ନେଇ ଆଜି ତାଲିମ ପ୍ରଦାନ କରାଯାଇଥିଲା।
ଏହି ତାଲିମ ଶିବିରରେ ସମୁଦାୟ ୨୧ ଜଣ ପରାମର୍ଶ ଦାତା ଯୋଗଦାନ କରିଥିଲେ। ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ପ୍ରାଥମିକ ଉପଚାର , ପ୍ରାକୃତିକ ବିପର୍ଯ୍ୟୟ , ରକ୍ତଦାନ , ସଡକ ସୁରକ୍ଷା , ବିଦ୍ୟାଳୟ ସୁରକ୍ଷା , ରକ୍ତସ୍ରାବ , ଅସ୍ଥିଭଙ୍ଗ , ବଜ୍ରପାତ , ସାପକାମୁଡା, ସି ପି ଆର ଅଭ୍ୟାସ ଓ ରେଡକ୍ରସର ଲକ୍ଷ୍ୟ ଓ କାର୍ଯ୍ୟ ଆଦି ବିଷୟରେ ପରାମର୍ଶ ଦାତା ମାନଙ୍କୁ ବିଶେଷ ଭାବେ ଶିକ୍ଷାଦାନ ଦିଆଯାଇଥିଲା। ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସଂଜୀବ କୁମାର ଦାସ , ଜିଲ୍ଲା ଜୁନିଅର ରେଡକ୍ରସ ର ସହ ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ , ଜିଲ୍ଲା ଜୁନିଅର ରେଡକ୍ରସ ସମ୍ବଳ ସାଧନ କର୍ମୀ ମୁକ୍ତିକାନ୍ତ ମଲ୍ଲିକ୍ , ଜିଲ୍ଲା ଜୁନିଅର ରେଡକ୍ରସ ର ସମ୍ବଳ ସାଧନ କର୍ମୀ ନୀତେଶ ଲେଙ୍କା ଓ ଗୋଷାଣୀ ବ୍ଲକର ସଂଯୋଜକ ଗୋପୀନାଥ ଗୌଡ଼ ଯୋଗଦାନ କରି ପରାମର୍ଶଦାତା ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ।
ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସମସ୍ତ ପରାମର୍ଶଦାତାମାନେ ଆଗ୍ରହର ସହିତ ପ୍ରଶିକ୍ଷଣକୁ ଗ୍ରହଣ କରିବା ସହ ବିଭିନ୍ନ ବିଷୟରେ ଜାଣିବାକୁ ପାଇଥିଲେ। ପରିଶେଷରେ ପରାମର୍ଶଦାତାମାନେ ଏଭଳି ଏକ ପ୍ରଶିକ୍ଷଣ ପାଇଁ ଖୁସି ହେବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ବରିଷ୍ଠ ଶିକ୍ଷକ ଶ୍ରୀରାମମୂର୍ତ୍ତି ସହିତ ସମସ୍ତ କର୍ମୀ ରାଜ୍ୟ ଓ ଜିଲ୍ଲା ଜୁନିଅର ରେଡକ୍ରସକୁ ଧନ୍ୟବାଦ ଅର୍ପଣ କରିଥିଲେ।
“ଆସ ଭାଇଭଉଣୀ ଏକ ହେବା ରେଡ କ୍ରସ ରେ ଯୋଗଦେଵା “।
Sign in
Sign in
Recover your password.
A password will be e-mailed to you.