ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ମିରାକଲ ନାଇଟ ସପ୍ତମ ସଂସ୍କରଣ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ସଲମନ ରାଇକା , ସମ୍ମାନିତ ଅତିଥି ଭାବେ ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ସଂସ୍କୃତି ଅଧିକାରି ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପଣ୍ଡିତ ରଘୁନାଥ ପାତ୍ର , ପ୍ରାକ୍ତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ , ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ କଳାକାର ଆଦର୍ଶ ଦାସ ଓ ଆୟୋଜକ ଅନୁଷ୍ଠାନ ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତି ଉପସ୍ଥିତ ଥିଲେ।
ପରେ ଓଡ଼ିଆ ସିନେ ତାରକା ରାକେଶ ଦେଓ ଯୋଗଦେଇ ଉପାନ୍ତ ଅଞ୍ଚଳ ପାରଳାଖେମୁଣ୍ଡିରେ ଏହି ଭଳି କାର୍ଯ୍ୟକ୍ରମ କରିଥିବାରୁ ଆୟୋଜକ ତଥା ଅନୁଷ୍ଠାନ କୁ ଭୂୟସୀ ପ୍ରଶଂସା କରିଥିଲେ।
ଏହି ଅବସରରେ ସାରସ୍ଵତ ସାଧନା , ସମାଜସେବା , ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କ ସମେତ ପାରଳାଖେମୁଣ୍ଡି ର ସାଂସ୍କୃତିକ ଅନୁଷ୍ଠାନ ର ନୃତ୍ୟ ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ସିନେ କଳାକାର ଙ୍କ ଦମଦାର ନୃତ୍ୟ ସହ ଅନୁଷ୍ଠାନ ର ଶିଶୁ କଳାକାର ମାନଙ୍କ ଆଧୁନିକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ ବିଳମ୍ୱିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ବାନ୍ଧି ରଖିଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଅବିର ଭୂଷଣ ପଣ୍ଡା , ବିଷ୍ଣୁପ୍ରିୟା ଜେନା ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.