ବିଜେପୁର ବ୍ଲକ ଭଟିଗାଁ ପଞ୍ଚାୟତର ଫୁଲେରପାଲି ଗ୍ରାମରେ ୪ ଦିନ ଧରି ପାଣି ଯୋଗାଣ ବନ୍ଦ

0 1

ଜେନେରେଟର ଚଲାଇ ପମ୍ପରୁ ପିଇବା ପାଣି ନେଉଛନ୍ତି ଗ୍ରାମବାସୀ

ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଭଟିଗାଁ ପଞ୍ଚାୟତ ଅଧୀନସ୍ଥ ଫୁଲେରପାଲି ଗ୍ରାମରେ ଗତ ଚାରି ଦିନହେଲା ପାଣି ଯୋଗାଣ ଲାଇନ ଖରାପହୋଇ ରହିଛି। ଲାଇନ ନଥିବାରୁ ଗ୍ରାମବାସୀମାନେ ଦୈନିକ ପିଇବା ପାଣି ପାଇଁ ମହା ସମସ୍ୟାରେ ପଡ଼ିଛନ୍ତି। ପାଣି ଅଭାବ ତୀବ୍ର ହେବାରୁ ଲୋକମାନେ ବିକଳ୍ପ ଭାବେ ଜେନେରେଟର ଲଗାଇ ପମ୍ପ ଚଲାଇ ପାଣି ନେଉଛନ୍ତି। ଗାଁରେ ଲାଇନ ମରାମତି କାମ ନ ହେବାରୁ ସ୍ୱଇଚ୍ଛାପୂର୍ବକ ଚାନ୍ଦା କରି ତେଲ ଭରି ଦିନକୁ ଦିନ ପାଣି ସମସ୍ୟାକୁ ସମାଧାନ କରୁଛନ୍ତି।ଗ୍ରାମବାସୀ ପ୍ରଶାନ୍ତ ଭୋଇ, ଗୌତମ ସାହୁ, ବୈଷ୍ଣବ ରାବଣ, ସୁଦାମ ବାରିକ, ଖଗେଶ୍ୱର ସାହୁ ଓ ସୁରେନ୍ଦ୍ର ସାହୁ କହୁଛନ୍ତି— ବାରମ୍ବାର ଅଭିଯୋଗ କଲେ ମଧ୍ୟ ଲାଇନବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ଗ୍ରାମବାସୀଙ୍କ ଦାବି ଯଥାଶୀଘ୍ର ଲାଇନ ମରାମତି କରି ପାଣି ଯୋଗାଣ ସାଧାରଣ ଅବସ୍ଥାକୁ ଫେରାଇଦିଆଯାଉ।

Leave A Reply

Your email address will not be published.