ଗୋନ୍ଦବିପୁର ଗ୍ରାମରେ ବିଦେଶୀ ପକ୍ଷୀ ଦେଖିବା ସହ ବୋଟିଙ୍ଗର ମଜା

0

ଗ୍ରାମରେ ପ୍ରଦୂଷଣ ମୁକ୍ତ ସହ ପକ୍ଷୀ ସୁରକ୍ଷା ପାଇଁ ହାତ ମିଲେଇଛନ୍ତି ଗ୍ରାମବାସୀ ।

ବରଗଡ଼:- ପଶ୍ଚିମ ଓଡ଼ିଶାର ଚିଳିକା ଭାବେ ପରିଚୟ ଲାଭ କରିଥିବା ତଥା ପକ୍ଷୀ ଗ୍ରାମ ରୂପେ ଘୋଷିତ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଲକର ଗୋନ୍ଦବିପୁର  ଗ୍ରାମ । ଏଠାରେ ପିକ୍‌ନିକ୍ କରିବା ସାଙ୍ଗକୁ ପକ୍ଷୀ ଦେଖିବାକୁ ବଢୁଛି ଦର୍ଶକଙ୍କ ଭିଡ । ଶିତୁଆ ସକାଳରେ ବୋଟିଙ୍ଗରେ ବୁଲିିବା ସହିତ ପକ୍ଷୀ ମାନଙ୍କୁ ଖାଦ୍ୟଦେବାରୁ ବହୁ ବିଦେଶି ପକ୍ଷୀ ଅତି ନିକଟରୁ ଦେଖିବାକୁ ମିଳନ୍ତି । ପ୍ରାକୃତିକ ପରିବେଶରେ କିଛି ସମୟ ଅତିବାହିତ କରିବା ପାଇଁ ବରଗଡ଼ ଜିଲ୍ଲା ବ୍ୟତିତ ସମ୍ବଲପୁର, ବଲାଙ୍ଗିର, ସୋନପୁର, ଛତିଶଗଡ଼, କଳାହାଣ୍ଡି, ଦେବଗଡ଼, ଝାରସୁଗୁଡା, ସୁନ୍ଦରଗଡ଼ରୁ ମଧ୍ୟ ଦର୍ଶକଙ୍କ ଭିଡ ଜମୁଛି । ମହାନଦୀ ଜଳଭଣ୍ଡାରରେ ବୋଟିଙ୍ଗର ମଜା ନେଇପାରିବେ । ଏହି ଗ୍ରାମର ସମସ୍ତ ଘରେ ରେଡକ୍ରେଷ୍ଟଡ୍ ପୋଚାର୍ଡ, ମୁରହେନ୍‌, ସ୍କିମର ଇତ୍ୟାତି ରଙ୍ଗୀନ ପକ୍ଷୀଙ୍କ କାନ୍ଥ ଚିତ୍ର ରହିବ, ଯାହା ପରିଦର୍ଶକ ମାନଙ୍କୁ ଏହି ପକ୍ଷୀ ମାନଙ୍କର ଆକର୍ଷଣୀୟ ବୈଶିଷ୍ଟୂ ଗୁଡିକ ବିଷୟରେ ବୁଝାଇବ, ଯେପରିକି ପକ୍ଷୀମାନେ କେଉଁ ଦେଶରୁ ଆସିଛନ୍ତି ଏବଂ କାହିଁକି ଆସିଛନ୍ତି । ହିରାକୁଦ ବଣ୍ୟପ୍ରାଣୀ ବିଭାଗ ଦ୍ୱାରା କରାଯାଇଥିବା ୱାର୍ଚ ଟାୱାର କୁ ଚଢି ମହାନଦୀ ଜଳ ଭଣ୍ଡାରର ସୌନ୍ଦର୍ଯ୍ୟ ଉପଭୋଗ କରି ପାରିବେ ଦର୍ଶକ । ଆସନ୍ତା ଡିସେମ୍ବର ଏବଂ ଜାନୁୟାରି ମାସରେ ପିକ୍‌ନିକ୍ କରିବାକୁ ଏଠାରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ଗୋବିନ୍ଦପୁର ପକ୍ଷୀ ଗ୍ରାମରେ ପ୍ରାୟ ୫୦୦୦ ଗ୍ରାମବାସୀ ଏବଂ ଜିଲ୍ଲାର ୯ଟି ପଞ୍ଚାୟତ ଅନ୍ତର୍ଗତ ଗ୍ରାମର ବାସିନ୍ଦାମାନେ ଡେବ୍ରିଗଡ଼ ଅଭୟାରଣ୍ୟର ପ୍ରାକୃତିକ ଦୃଶ୍ୟ ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ସେମାନଙ୍କର ଅବଦାନ ଅତୁଲନିୟ । ଓଡ଼ିଶା- ଛତିଶଗଡ଼ ସୀମା ସଂଲଗ୍ନ ବରଗଡ଼ର ଅମ୍ବାଭୋନା ବ୍ଲକର ଗୋବିନ୍ଦପୁର ଏବଂ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ପକ୍ଷୀ ଗ୍ରାମ ଭାବରେ ଘୋଷଣା କରାଯାଇଛି ଯାହା ଦ୍ୱାରା ପକ୍ଷୀମାନଙ୍କ ପ୍ରଜନନ ଏବଂ ପ୍ରବାସ ସମୟରେ ସୋମାନଙ୍କୁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ଯୋଗେଇ ଦିଆଯାଇପାରିବ ।

ଅମ୍ବାଭୋନ ଫରେଷ୍ଟର ଭୁବନେଶ୍ୱର ପାତ୍ରଙ୍କ ତତ୍ୱାବଧାନରେ ଏବଂ ଗୋବିନ୍ଦପୁର ଗ୍ରାମବାସୀ ମାନେ ମିଶି ଗୋବିନ୍ଦପୁର କୁ ପ୍ରଦୂଷଣମୁକ୍ତ ରଖିବା ସହ ପକ୍ଷୀମାନଙ୍କୁ ଶିକାରୀଙ୍କ ଠାରୁ ସୁରକ୍ଷା ଦେବା ପାଇଁ ହାତ ମିଳାଇଛନ୍ତି । ପ୍ରତିବର୍ଷ ପ୍ରାୟ ୧୦୦ ବିଭିନ୍ନ ପ୍ରଜାତିର ଦୁଇ ଲକ୍ଷରର ଅଧିକ ପକ୍ଷୀ ୭୪୬ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତୃତ ଜଳଭଣ୍ଡାରକୁ ପ୍ରବାସ କରନ୍ତି ଏବଂ ପ୍ରଜନନ ପାଇଁ ଛଅ ମାସ ପାଇଁ ସେଠାରେ ରୁହନ୍ତି । ମହାନଦୀର ଏହି ଅଂଶରେ ପ୍ରବାସୀ ବତକ ଏବଂ ପୋଚାର୍ଡଙ୍କ ବଡ଼ ଦଳ ଆସିଥାନ୍ତି । ଏହି ସ୍ଥାନରେ ପର୍ଯ୍ୟଟକ, ପିକନିକ ପାଇଁ ବିପୁଳ ପରିମାଣରେ ଯାତ୍ରୀ ଆସିଥାନ୍ତି । ଶୀତ ଦିନ ମାନଙ୍କରେ ଏଠାକୁ ଆସୁଥିବା ପ୍ରବାସୀ ପକ୍ଷୀଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ୱ ବୋଲି ଗ୍ରାମବାସୀ ମାନେ କହିଥାନ୍ତି । ଆଗାମୀ ବର୍ଷ ଗୁଡିକରେ ଗୋବିନ୍ଦପୁର ପକ୍ଷୀ ଗ୍ରାମରେ ପ୍ରତ୍ୟେକ ମାସରେ ଦୁଇଥର ଏକାଦଶୀ ଦିନ ଏବଂ ପ୍ରତି ମାସରେ ସଂକ୍ରାନ୍ତି ଦିନ ପଥରସେନୀ ମନ୍ଦିରରେ ପ୍ରତି ମାସରେ ଥରେ ମହାନଦୀ ଆଳତୀ କରିବାକୁ ଗ୍ରାମବାସୀମାନେ ମିଳିତ ଭାବରେ ନିଷ୍ପତ୍ତି ନେଇଥାନ୍ତି । ମହାନଦୀ କୂଳରେ ଥିବା ସମସ୍ତ ଗ୍ରାମବାସୀ ପ୍ରାକୃତିକ ବାସସ୍ଥନରେ ସଂରକ୍ଷଣ ପାଇଁ ହାତ ମିଳାଇଛନ୍ତି । ଏହା ନିଶ୍ଚିତ ଭାବରେ ଦୀର୍ଘକାଳୀନ ଭାବରେ ଏହି ଭୂଦୃଶ୍ୟରେ ପକ୍ଷୀମାନଙ୍କର ସଂରକ୍ଷଣକୁ ପ୍ଲାଷ୍ଟିକ୍ ମୁକ୍ତ ରଖି ମଜବୁତ କରିବ ।

Leave A Reply

Your email address will not be published.