ଯୁବ ବିଜେପି ନେତାଙ୍କ କାରନାମା, ଟଙ୍କା ଖାଇ ଏବେ ଦଉଛନ୍ତି ଧମକ, ଚେକ୍ ବାଉନ୍ସ ମାମଲା -ନୋଟିସ ପଠାଇଲେ ଆଇନଜୀବୀ

0

 ଟଙ୍କା ଖାଇ ଏବେ ଦଉଛନ୍ତି ଧମକ, ଚେକ୍ ବାଉନ୍ସ ମାମଲା, -ନୋଟିସ ପଠାଇଲେ ଆଇନଜୀବୀ

ପାଉଁଶ ଇଟା ପାଇଁ କଟା କାରଖାନା ମାଲିକଙ୍କୁ କ୍ରେତା ପ୍ରଦାନ କରିଥିବା ୧.୭୬ ଲକ୍ଷର ଚେକ୍ ବାଉନ୍ସ ହୋଇ ଯାଇଥିଲା। ଜମାଖାତାରେ ପର୍ଯ୍ଯାପ୍ତ ବା ଆବଶ୍ୟକ ମୁତାବକ ଟଙ୍କା ନଥିବାରୁ ଏହା ବାଉନ୍ସ ହୋଇ ଯିବାରୁ ଇଟା ମାଲିକଙ୍କ ତରଫରୁ ଆଇନଜୀବୀ ନୋଟିସ ପଠାଇଛନ୍ତି। ୧୫ ଦିନ ମଧ୍ଯରେ ପ୍ରାପ୍ଯ ପ୍ରଦାନ ପାଇଁ ନୋଟିସରେ କୁହାଯାଇଛି। ଅନ୍ଯଥା ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ କୋର୍ଟର ଆଶ୍ରୟ ନିଆଯିବ ବୋଲି ନୋଟିସରେ କ୍ରେତାଙ୍କୁ ସତର୍କ କରାଯାଇଛି। ମାମଲା ଅନୁସାରେ ବୌଦ୍ଧ ଜିଲ୍ଲା ସରସରା ଏରଡା ଗାଁର ଶ୍ଯାମ ଫ୍ଲାଏ ଆସ ଇଟା କାରଖାନା ମାଲିକ ଜୟ ଭଗବାନ ଅଗ୍ରୱାଲଙ୍କ ସହ ମନମୁଣ୍ଡା ଥାନା ଖଟଖଟିଆ ସୌରୀପାଲି ଗାଁର ଅଟଳ କୁମାର ପ୍ରଧାନ ବ୍ଯବସାୟିକ ସମ୍ପର୍କ ରଖି ନିଜ ନିର୍ମାଣ କାର୍ଯ୍ଯ ପାଇଁ ଇଟା ନେଇଥିଲେ। ସେ ବାବଦକୁ ୧ ଲକ୍ଷ ୭୬ ହଜାର ଟଙ୍କାର ବରୋଦା ବ୍ଯାଙ୍କର ଏକ ଚେକ୍ ୪.୮.୨୦୨୫ରେ ଦେଇଥିଲେ। ଶ୍ରୀ ଅଗ୍ରୱାଲ ୧୯.୮.୨୦୨୫ରେ ବୌଦ୍ଧ ଡିସିବି ବ୍ଯାଙ୍କରେ ଚେକରୁ ଟଙ୍କା ଉଠାଇବାକୁ ଚେଷ୍ଟା କଲାବେଳେ ଚେକ୍ ବାଉନ୍ସ ହୋଇ ଯାଇଥିଲା। ଏହା ପରେ ଟଙ୍କା ପାଇଁ ଅଟଳଙ୍କୁ ବାରମ୍ବାର କହିବା ପରେ ବି ସେ ଶୁଣି ନଥିଲେ। ଏହା ପରେ ଓକିଲ ନୋଟିସ ପଠାଯାଇଛି।

Leave A Reply

Your email address will not be published.