ଜଗତସିଂହପୁର,ତା-୨୯.୧୧.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ପରିସରରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଯେ, ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ଓ ପ୍ରସାର ନିମନ୍ତେ ଏହା ଏକ ଅଭିନବ ପ୍ରୟାସ।କ୍ରୀଡା ଓ କ୍ରୀଡାବିତ୍ ମାନଙ୍କ ଉନ୍ନତି ରେ ଏକ ଉନ୍ନତ ଓ କ୍ରିୟାଶୀଳ ସମାଜ ଗଠନ ହେଇପାରିବ ବୋଲି ସେ କହିଥିଲେ। କ୍ରୀଡା ଆମକୁ ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ସାଂସଦ କହିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ସୁସ୍ଥ ଯୁବ ସମାଜ ଦେଶ ବିକାଶ ରେ ସହାୟକ ବୋଲି କହିଥିଲେ।ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଅଧ୍ୟକ୍ଷତା କରି ଉପସ୍ଥିତ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଜିଲ୍ଲା କ୍ରୀଡ଼ା ଅଧିକାରୀ ବିଶ୍ଵ ବିଜୟିନୀ ପଟ୍ଟନାୟକ , ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ ସୁଜାତା ଓତା,କ୍ରୀଡା ସଂସଦ ର ସମ୍ପାଦକ ଦୋଳ ଗୋବିନ୍ଦ ଦାଶ, ସମାଜ ସେବୀ ଶ୍ରୀ ପ୍ରତାପ ମିଶ୍ର, ଶ୍ରୀ ସତ୍ୟବ୍ରତ ମହାପାତ୍ର, ଜଗତସିଂହପୁର ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଖେଳ ମହୋତ୍ସବ ରେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ର ର ସମସ୍ତ ୭ ଟି ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ହେବ ଓ ଖେଳାଳୀ ମାନେ ଅଂଶ ଗ୍ରହଣ କରିବେ। ୫ ଟି ବିଭାଗ ଯଥା ଖୋ ଖୋ, କବାଡି, ହ୍ୟାଣ୍ଡ ବଲ୍, ଫୁଟ ବଲ ଓ ଭଲି ବଲ ରେ ୪ ବିଧାନସଭା କ୍ଷେତ୍ର ର ସମସ୍ତ ବ୍ଲକ୍ ସ୍ତରରେ ଓ ଶେଷରେ ଜିଲ୍ଲା ସ୍ତରରେ ଆୟୋଜିତ ହେବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି। ବ୍ଲକ୍ ସ୍ତରରେ ବି ଇ ଓ ଏବଂ ବ୍ଲକ୍ ସ୍ପୋର୍ଟସ ସେକ୍ରେଟାରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ।
Sign in
Sign in
Recover your password.
A password will be e-mailed to you.