ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫ ଯୁବୋତ୍ସବ ଉଦଯାପିତ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ବ ସଂକଳ୍ପ -୨୦୨୫ ଦିନ ଧରି ଅନୁଷ୍ଠିତ ଯୁବୋତ୍ସବ ଉଦଯାପିତ ହୋଇଯାଇଛି।
ଉକ୍ତ ଉତ୍ସବରେ ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହନେନାଗା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଉତ୍ସବରେ ଜିଲ୍ଲାର ସମସ୍ତ ଯୁବକ ଯୁବତୀ ୧୫-୨୯ ବର୍ଷ ମଧ୍ୟରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ବହୁ ସଂଖ୍ୟାରେ ଯୁବକ ଯୁବତୀ ଅଂଶଗ୍ରହଣ କରି ବିକଶିତ ଭାରତ ଗଢ଼ି ତୋଳିବାରେ ଯୁବଶକ୍ତିର ଭୂମିକା , ନେତୃତ୍ବ ନେଇ ଡିଜିଟାଲ ସକ୍ଷମତା ନେଇ ସଚେତନତା କରାଯାଇଥିଲା।
ଉକ୍ତ ଉତ୍ସବରେ ଯୁବକଯୁବତୀ ମାନଙ୍କ ପାଇଁ କାହାଣୀ ଲିଖନ ପ୍ରତିଯୋଗିତା , କବିତା ଲିଖନ , ବିଜ୍ଞାନ ପ୍ରଦର୍ଶନୀ ମେଳା , ଚିତ୍ର କଳା , ଲୋକ ନୃତ୍ୟ ଓ ଲୋକ ଗୀତ ସାଂସ୍କୃତିକ ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା, ସମସ୍ତ ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ଓ ପୁରସ୍କାର ରାଶି ପ୍ରଦାନ କରଯାଇଛି। ଲୋକ ନୃତ୍ୟ ଓ ଲୋକ ଗୀତରେ ପାରଳାଖେମୁଣ୍ଡି ର କ୍ରିଏଟିଭ ଆର୍ଟସ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ଯୁବୋତ୍ସବରେ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ , ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

Leave A Reply

Your email address will not be published.