ଜାତୀୟ ମାନବାଧିକାର କମିଶନ ସଭ୍ୟ ଡ.ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପରିବାର ସହିତଙ୍କ ରଘୁନାଥ ଦର୍ଶନ

0

ଓଡ଼ଗାଁ ୨୯/୧୧(ଶ୍ରୀକାନ୍ତ କୁମାର ମିଶ୍ର): ଜାତୀୟ ମାନବାଧିକାର କମିଶନ ସଭ୍ୟ ତଥା  ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ମୁଖ୍ୟ ବିଚାରପତି ଡ.ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ପରିବାର ସହିତ ଶନିବାର ସନ୍ଧ୍ୟାରେ ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜୀଉଙ୍କ ଦର୍ଶନ କରି ପ୍ରଭୁଙ୍କର କୃପା ଲାଭ କରିଥିଲେ।ଡ.ଜଷ୍ଟିସ ଷଡ଼ଙ୍ଗୀ ମନ୍ଦିର ଦକ୍ଷିଣ ଦ୍ଵାରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ସ୍ବାଗତ ଜଣାଇବା ସହିତ ମନ୍ଦିର ଭିତରକୁ ନେଇଥିଲେ।ପୂଜା ପଣ୍ଡା ଓ ପାଳିଆ ପଣ୍ଡା ସମେତ ଉପସ୍ଥିତ ପୂଜକ ମାନେ ପ୍ରଭୁଙ୍କ ଦର୍ଶନ କରାଇବା ଫରେ ମନ୍ଦିର ବେଢ଼ା ପରିକ୍ରମଣ କରିଥିଲେ।ଓଡ଼ଗାଁ ନିକଟ ପନ୍ତିଖାରୀ ଶାସନ ଡ.ଜଷ୍ଟିସ ଷଡ଼ଙ୍ଗୀଙ୍କ ନିଜ ଜନ୍ମସ୍ଥାନ ହୋଇଥିବା ବେଳେ ଆଧ୍ୟାତ୍ମିକ ଦର୍ଶନ ପ୍ରତି ତାଙ୍କର ସ୍ବତନ୍ତ୍ର ରୁଚି ରହିଥିବାରୁ ସେ ଏନେଇ ସବୁବେଳେ ସଚେତନ ରହିଥାନ୍ତି।।

Leave A Reply

Your email address will not be published.