ଓଡ଼ଗାଁ,୨୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୨ ଦିନଧରି ଅନୁଷ୍ଠିତ ହେଉଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ କ୍ରୀଡା ପରିଷଦ ଉପସଭାପତି ଡ଼ ନିହାର ରଞ୍ଜନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ଗାଁ କଲେଜ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଘୁନାଥ ମନ୍ଦିର ପ୍ରାଙ୍ଗଣରୁ ମଶାଲ ଶୋଭାଯାତ୍ରା ବାହାରି କଲେଜ ପରିସରରେ ପହଞ୍ଚିଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁ ମଶାଲକୁ ସ୍ୱାଗତ ଜଣାଇବା ପରେ ସ୍ଥାପନା କରଯାଇଥିଲା । ଏବଂ ଅଧ୍ୟକ୍ଷ କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗିତାର ଉଦଘାଟନ କରିବା ପରେ କ୍ରୀଡା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଶନିବାର ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ସମେତ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ, ନିରୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅଧ୍ୟକ୍ଷଙ୍କ ଦ୍ଵାରା କ୍ରୀଡା ପତାକା ଅବତରଣ ହୋଇଥିଲା । ଏବଂ କାର୍ଯ୍ୟକ୍ରମର ସମାପନ ଘୋଷିତ ହୋଇଥିଲା ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ଜାଭଲିନ୍ ଥ୍ରୋ, ମ୍ୟୁଜିକ ଚେୟାର, ସଟପୁଟ, ଡିସକସ ଥ୍ରୋ ଆଦି କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ୩ ଶହରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି । ଅବସରପ୍ରାପ୍ତ ଶାରୀରିକ କ୍ରୀଡା ପ୍ରଶିକ୍ଷକ ସରୋଜ କୁମାର ଦାସ, ମନୋରଞ୍ଜନ ରାଉତ, ଜଗନ୍ନାଥ ପରିଡା, ରେଫରୀ ଦାୟିତ୍ୱ ତୁଲାଇଥିବା ବେଳେ କ୍ରୀଡା ପ୍ରଶିକ୍ଷକ ଶତାବ୍ଦୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସୁନୀଲ କୁମାର ପଲେଇ, ଜିତେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଭୁଜବଳ, ସଂଗ୍ରାମ ବାରିକ, ଦୁର୍ଗାନାରାୟଣ ସାହୁ ସମେତ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.