ବିଜେପୁରରେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ, କୁନି ବୈଜ୍ଞାନିକ ପ୍ରଦର୍ଶନ କଲେ ୧୨୨ପ୍ରକଳ୍ପ

0

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସଂଗ୍ରାମୀ ପୀଠ ସମଲାଇପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।ସରପଞ୍ଚ ଜୟସିଂ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏଥିରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ତଥା ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କର ୧୨୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେରଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ବିଜ୍ଞାନ ସୁପରଭାଇଜର ଧୀରୋଜ ପଟ୍ଟନାୟକ, ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା,ପଞ୍ଚସଖା ଶିକ୍ଷା ସେତୁର ଭାରପ୍ରାପ୍ତ ଜିଲ୍ଲା ଅଧିକାରୀ ପ୍ରିୟବ୍ରତ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ଓ ପୂର୍ଣଚନ୍ଦ୍ର ପଧାନ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ। ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରଦର୍ଶନୀର ସଂପାଦକ ଆରତୀ ଯୋଶୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜାରିଂ ସିଆରସିସି ରାଜେଶ୍ବର ବେହେରା ଓ ଶିକ୍ଷକ ବିଜୟ ରଞ୍ଜନ ଦାଶ ସମାରୋହକୁ ସଂଯୋଜନା କରିଥିଲେ।ବରପାଲି ହାଇସ୍କୁଲର ମନୋଜ ବାରିକ ଓ ଜୟପ୍ରକାଶ ପଧାନ,ବରିହାପୋଖାପାଣିର ମୋହନ ରଣା,ଘେଁସ ହାଇସ୍କୁଲର ଲକ୍ଷ୍ମୀ ନାରାୟଣ ରଣା,କୁର୍କୁଟା ହାଇସ୍କୁଲର ରମାକାନ୍ତ ପୃଷ୍ଟି, ପୁଞ୍ଜିପଥର ହାଇସ୍କୁଲର ସୁଶାନ୍ତ ପଧାନ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟକୃଷ୍ଣ ଡନସନା ମୁଖ୍ୟ ଅତିଥି , ସରପଞ୍ଚ ସଂଘର ସଭାନେତ୍ରୀ ସବିତା ସାହୁ,ବିନିକାର ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ସାହୁ , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ଓ ପୂର୍ଣଚନ୍ଦ୍ର ପଧାନ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗ, ଚାରପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାର୍ଗବ ନାଏକ, ସ୍ଥାନୀୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଆରତୀ ଯୋଶୀ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କୁନି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ସ୍କୁଲର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ ଗଣ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉନ୍ନୀତ ହୋଇଛନ୍ତି। ବ୍ଲକର ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସ୍ଥାନୀୟ ଗ୍ରାମବାସୀଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ହାଇସ୍କୁଲର ଛାତ୍ରୀ ଛାତ୍ର ଗଣ ଶିକ୍ଷକ ଦୁର୍ଲ୍ଲଭ ମେହେରଙ୍କ ସଂଯୋଜନାରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ବିଜେପୁର ସିଆରସିସି ସୁଧାଂଶୁ ଶେଖର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.