ଟିପିସିଓଡିଏଲକୁ ଓଡ଼ିଶା ସିଏସଆର ଏକ୍ସେଲେନ୍ସ ପୁରସ୍କାର ୨୦୨୫

0

ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲକୁ) କୁ ଓଡ଼ିଶା ସିଏସଆର ଫୋରମ୍ ଦ୍ୱାରା ଓଡ଼ିଶା ସିଏସଆର ଏକ୍ସେଲେନ୍ସ ପୁରସ୍କାର – ୨୦୨୫ ରେ ସମ୍ମାନିତ କରାଯାଇଛି। ଏହାର ଅତ୍ୟନ୍ତ ପ୍ରଭାବଶାଳୀ ଫ୍ଲାଗସିପ୍ କାର୍ଯ୍ୟକ୍ରମ “ଅଧିକାର – ସରକାରୀ ଯୋଜନା ସମୂହକୁ ପ୍ରବେଶ ପଥ” କୁ ସ୍ୱୀକୃତି ଦେଇ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ନୟାଗଡ଼ ଏବଂ ଢେଙ୍କାନାଳରେ କାର୍ଯ୍ୟକାରୀ ହୋଇଥିବା ‘ଅଧିକାର’ କାର୍ଯ୍ୟକ୍ରମ ହଜାର ହଜାର ସାଧାରଣ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇବାରେ ସାହାଯ୍ୟ କରିଛି, ଯାହା ଫଳରେ ତୃଣମୂଳ ସ୍ତରରେ ସାମାଜିକ ନିରାପତ୍ତା ଏବଂ ସାମାଜିକ ସଶକ୍ତିକରଣ ସମ୍ଭବ ହୋଇପାରିଛି।

ଏହି ସ୍ୱୀକୃତି ସେବାଯୋଗାଣ ଅଞ୍ଚଳରେ ଗୋଷ୍ଠୀର ବିକାଶ, ଅନ୍ତର୍ଭୂକ୍ତିକରଣ ଅଭିବୃଦ୍ଧି ଏବଂ ପରିବର୍ତ୍ତନର କ୍ଷମତାରଖୁଥିବା ବିଭିନ୍ନ ସିଏସଆର ହସ୍ତକ୍ଷେପ ପାଇଁ ଟିପିସିଓଡିଏଲ ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Leave A Reply

Your email address will not be published.