ମାନସିକ ବିକୃତ ବ୍ୟକ୍ତି ଉଦ୍ଧାର

0

ଝାରସୁଗୁଡା:ସ୍ଥାନୀୟ ୱେସ୍କୋ କାର୍ଯ୍ୟାଳୟ ନିକଟରୁ ଜଣେ ମାନସିକ ବିକୃତି ବ୍ୟକ୍ତିଙ୍କୁ ଉଦ୍ଧାର କରି ମିଶନ ଆଶ୍ରା ମାନସିକ କେନ୍ଦ୍ର ରେ ଥଇଥାନ କରାଯାଇଛି | ୱେସ୍କୋ କାର୍ଯ୍ୟାଳୟ ନିକଟରେ ଉକ୍ତ ବ୍ୟକ୍ତି ଜଣକ ଅସୁସ୍ଥ ଅବସ୍ଥାରେ ପଡିଥିବା ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମାଜିକ କର୍ମୀ ଦେବାନନ୍ଦ ବାରିକକୁ ଫୋନ ମାଧ୍ୟମରେ ଜଣାଇବାରୁ ସେ ତାଙ୍କ ସହଯୋଗୀ ମାନଙ୍କ ସହିତ ଯାଇ ତାକୁ ଉଦ୍ଧାର କରି ଡାକ୍ତର ଖାନରେ ଚିକିତ୍ସା ପାଇଁ ଭର୍ତିକରିଥିଲେ |ପରେ ୟଙ୍ଗ ଷ୍ଟାର ଚେରୀଟେବୁଲ ଟ୍ରଷ୍ଟର ସଭାପତି ଅରବିନ୍ଦ ବାରିକ ଡାକ୍ତର ଖାନାକୁ ଯାଇ ରୋଗୀର ସମସ୍ୟା ସମ୍ପର୍କରେ ଜାଣିବା ପରେ ଡି.ଏସ.ଏସ.ଓ ଙ୍କ ସହ ଯୋଗାଯୋଗ କରି ମିଶନ ଆଶ୍ରା କୁ ସ୍ଥାନାନ୍ତରିତ କରିଥିଲେ । 

Leave A Reply

Your email address will not be published.