ଖଡ଼ିଆଳ ଉତ୍ସବ : ବାହୁବଳୀ ମଞ୍ଚର ସୌନ୍ଦର୍ଯ୍ୟ ଓ କଳାକାର ମାନଙ୍କ ସୁନ୍ଦର ପରିବେଷଣ ମନଛୁଆଁ  

0

ନୂଆପଡା/ପ୍ରିୟବ୍ରତ ପଣ୍ଡା : ଶୁକ୍ରବାର  ଖଡ଼ିଆଳ ମହୋତ୍ସବରେ  ଜିଲ୍ଲାର ସମସ୍ତ ଅଧ୍ୟକ୍ଷ  ମାନେ ଉପସ୍ଥିତ ଥିଲେ । ଡ଼ ଫନିନ୍ଦମ ସିଂ ଦେଓ ସଭାର ସଭାପତିତ୍ୱ କରିଥିଲେ ।ବିଶିଷ୍ଠ ନାଟ୍ୟକାର ରୋହିତ ନଗେଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାନ ଘୁଡକା ଵାଲାଙ୍କ ଘୁଡ଼କା ବାଦନ ଲୋକଙ୍କ ମନ କିଣିନେଇଥିଲା । ଆସନ୍ତା ବର୍ଷ ଖଡ଼ିଆଳ ମହୋତ୍ସବକୁ 16 ବର୍ଷ ହେବ | ଆଉ ଯୌବନରେ ପଦାର୍ପଣ କରିବ ଏହି ମହୋତ୍ସବ | ତାହାର ରୂପ ସୌନ୍ଦର୍ଯ୍ୟ କେମିତି ହେବ ତାହା କଳ୍ପନା କରିବାକୁ ଲାଗିଲେ ଖଡ଼ିଆଳ ପଂଚାୟତ ସମିତି ଅଧ୍ୟକ୍ଷ ବାଳକୃଷ୍ଣ ଶବର | ହେଲେ ଏହି ଆଡମ୍ବର ହିଁ କେବଳ ଆମ ପରିଚୟ ନୁହେଁ ଅରଣ୍ୟ ମଧ୍ୟରେ ରହୁଥିବା ଅସଂଖ୍ୟ ଗରିବ ବନବାସୀଙ୍କ ଜୀବନ ଶୈଳୀ ମଧ୍ୟ ଆମର ସଂସ୍କୃତି  ଆଉ ପରମ୍ପରା ଅଟେ ବୋଲି ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତପସ୍ୱିନୀ  ମାଝୀ ପ୍ରକାଶ କରିଥିଲେ । ବାହୁବଳୀ ମଞ୍ଚ ର ସୌନ୍ଦଯ୍ୟ ଓ କଳାକାର ମାନଙ୍କ ସୁନ୍ଦର ପରିବେଷଣ  ଲୋକଙ୍କୁ ବିଭୋର କରିଥିଲା | 

 

Leave A Reply

Your email address will not be published.