କଂଗ୍ରେସ ପକ୍ଷରୁ  ମୋ ବୁଥ୍ ମୋ ଗୌରବ କାର୍ଯ୍ୟକ୍ରମ

0

ବ୍ୟାସନଗର : କୋରେଇ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କୋରେଇ କଂଗ୍ରେସ ପକ୍ଷରୁ କାଚରାସାହି ପଞ୍ଚାୟତର ଆକାଶିଆ ଜଙ୍ଗଲ ନିକଟରେ ସୋମବାର ମଧ୍ୟାହ୍ନରେ ୧ନଂ ଜୋନସ୍ତରୀୟ ମୋ ବୁଥ ମୋ ଗୌରବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା, ରାଜ୍ୟ ସାଧାରଣ ସଂପାଦିକା ନିର୍ମଳା ମଲ୍ଲିକ, ଜିଲା ମହିଳା ସଭାନେତ୍ରୀ ରୀତାଶ୍ରୀ ମହାନ୍ତି, କଂଗ୍ରେସ ନେତା ହରେକୃଷ୍ଣ ସାହୁ, ସନ୍ତୋଷ ମହାନ୍ତି, ବ୍ୟାସନଗର ସଭାପତି ତପନ ନାୟକ, ଜିଲା ଦଳିତ ସେଲର ସଭାପତି ବାବୁଲାଲ ଗୁରୁ, ଜିଲା ଉପସଭାପତି  ଦିଲୀପ ମଲ୍ଲିକ ଓ  ପ୍ରଭାତ ମହାପାତ୍ର, ୧ ନଂ ଜୋନ କାର୍ଯ୍ୟକାରୀ ସଭାପତି ଶ୍ୟାମସୁନ୍ଦର ଜେନା ପ୍ରମୁଖ ଯୋଗ ଯୋଗ ଦେଇ ଦଳୀୟ ସଙ୍ଗଠନକୁ କେମିତି ମଜଭୁତ କରିହେବ ତାହାରି ଉପରେ  ବିଚାର ଅଲୋଚନା କରିଥିଲେ  । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଦୁର୍ନୀତିରେ ବୁଡିରହିଥିବା ବେଳେ ବିଭିନ୍ନ ଯୋଜନାରେ ନିଜ କର୍ମୀଙ୍କୁ ଥଇଥାନ କରୁଥିବା କହିଥିଲେ । ଆଗାମୀ ନିର୍ବାଚନ ପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ଉପସ୍ଥିତ ନେତାମାନେ ଆହ୍ୱାନ ଦେଇଥିଲେ  ।ଏହି ସଭାରେ  ୧ନଂ ଜୋନ ଆନ୍ତର୍ଗତ  ୧୦ ଟି ପଞ୍ଚାୟତର ୪୧ ବୁଥ୍ କମିଟି ସଦ୍ୟମାନେ ଯୋଗ ଦେଇଥିଲେ  । ଏହି ଅବସରରେ ତୁଳତୀ ପଞ୍ଚାୟତର ସମିତିସଭ୍ୟା ସୁଷମା ଦାଶ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ  ତଳଗଡ଼ ପଞ୍ଚାୟତର ବିଜେପି ସମର୍ଥୀତ ସମିତି ସଭ୍ୟ ପ୍ରାର୍ଥୀ ପ୍ରେମାନନ୍ଦ ରାଉତ, ୱାର୍ଡ ସଭ୍ୟା ମାଳତୀ ପଲେଇ, ନାରଣ ଦାଶ, ବାବାଜୀ ପ୍ରଧାନ, ପୁରୁଷୋତ୍ତମ ରାଉତ  କଂଗ୍ରେସ ଦଳରେ ଯୋଗଦେଇଥିଲେ  । ଏଥିରେ ୪୧ଟି ବୁଥ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଥିବା ବେଳେ ଜୋନ ସଭାପତି କୁମାର ଗୌରବ ଧନ୍ୟବାଦ ଦେଇଥିଲେ ।

 

 

 

 

 

 

 

 

 

 

 

 

 

Leave A Reply

Your email address will not be published.